ବିଜେପି ପକ୍ଷରୁ ରାହୁଲ ଗାନ୍ଧୀଙ୍କ କୁଶପୁତଳିକା ଦାହା
Rahul Gandhi's coffin burnt by the BJP
ଭଞ୍ଜନଗର-- ଭାରତୀୟ ଜନତା ପାର୍ଟି ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁ ଙ୍କୁ କଂଗ୍ରେସର ମୂଖପାତ୍ର ଅଜୟ କୁମାର ଙ୍କ ଘୃଣ୍ୟ ମନ୍ତବ୍ୟ ଦେଇଛନ୍ତି । ନାରୀ ପ୍ରତି ଅସମ୍ମାନ କରିଥିବାକୁ ନେଇ ଆଜି ଘୁମୁସର ଜିଲ୍ଲା ବିଜେପି ପକ୍ଷରୁ ବିରୋଧ କରିବା ସହ କଂଗ୍ରେସ ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଙ୍କ କୁଶପୁତଳିକା ବିଜୁପଟ୍ଟନାୟକ ପ୍ରତିମୂର୍ତ୍ତି ନିକଟରେ ଦାହା କରାଯାଇଛି । ପୂର୍ବତନ ବିଧାୟକ ପ୍ରାର୍ଥୀ ପ୍ରଦ୍ୟୁମ୍ନ ନାଇକ ଙ୍କ ନେତୃତ୍ୱରେ ଭଞ୍ଜନଗର ବିଜେପି ପକ୍ଷରୁ ଭଞ୍ଜ ସାହିତ୍ୟ ଠାରୁ ଏକ କଂଗ୍ରେସ ବିରୋଧୀ ପଦଯାତ୍ରାରେ ଭଞ୍ଜନଗର ସହରର ମୁଖ୍ୟ ରାସ୍ତାରେ ବାହାରି ଫ୍ଳାକାର୍ଡ ଧରି କଂଗ୍ରେସ ବିରୋଧୀ ସ୍ଳୋଗାନ ଦେଇ ବିଜୁପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଠାରେ ପହଞ୍ଚି ରାହୁଲ ଗାନ୍ଧୀଙ୍କ କୁଶପୁତଳିକା ଦାହା କରିଥିଲେ। ଯାହାକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାରୀ ଓ ଆଦିବାସୀ ଜାତି କୁ ସମ୍ମାନ ଜଣାଇ ଓଡ଼ିଶାର ଆଦିବାସୀ ଓ ଦଳୀତ ମହିଳା ପ୍ରାର୍ଥୀନୀ ଦୌପ୍ରଦୀ ମୁର୍ମୁ କୁ ରାଷ୍ଟ୍ରପତି ପ୍ରାର୍ଥୀ ରୂପେ ଚୟନ କରିଛନ୍ତି । ଭାରତ ବର୍ଷରେ ସମସ୍ତ ଦଳ ସମର୍ଥନ କରୁଥିବା ବେଳେ ମହିଳା ଙ୍କୁ ସମ୍ମାନ ଜଣାଇବା ବଦଳରେ କଂଗ୍ରେସ ବିରୋଧ କରି ଘୃଣ୍ୟ ମନ୍ତବ୍ୟ ଦେଇଛି।ଏହାକୁ ନେଇ ପୂର୍ବତନ ବିଧାୟକ ପ୍ରାର୍ଥୀ ଶ୍ରୀ ନାୟକ ପ୍ରତିକ୍ରିୟା ପ୍ରକାଶ କରି ତୀବ୍ର ବିରୋଧୀ କରି ରାଷ୍ଟ୍ରପତି ପ୍ରାର୍ଥୀନୀ ଦୌପ୍ରଦୀ ମୁର୍ମୁ ଙ୍କୁ ସମର୍ଥନ ଜଣାଇଥିଲେ। ଓଡିଶା କୁ ଭଲ ପାଉଥିବା ରାଷ୍ଟ୍ରପତି ପ୍ରାର୍ଥୀନୀ ଙ୍କୁ ସମର୍ଥନ କରୁଥିବା ଓ ସମ୍ମାନ ଦେଉଥିବା ବିଜେପିର ସମସ୍ତ ଯୁବ ନେତା ଦଳଗତ ନିର୍ବିଶେଷରେ ରାହୁଲ ଗାନ୍ଧୀ ଙ୍କ କୁଶ ପୁତ୍ତଳିକା ଦାହ କରିବାରେ ସହଯୋଗ କରିବା ସହିତ ଯୁବ ନେତା ଅଯୋଧାନାଥ ମହାପାତ୍ର ,ଆଇନଜୀବୀ ସନ୍ତୋଷ ପାଳ,ସନ୍ତୋଷ ତିଆଡ଼ି,ବାଭଁଶଲୁଣ୍ଡି ସରପଞ୍ଚ ଉଧବ ମିଶ୍ର,ବିଷ୍ଟୁ ପ୍ରଧାନ,ନିଳମାଧବ ପାତ୍ର,ବିନାୟକ ତ୍ରିପାଠୀ,ସମେତ ବହୁ ବିଜେପି କର୍ମୀ ମାନେ ଉପସ୍ଥିତ ଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୪/୭/୨୦୨୨---୧୦,୨୫ Sakhigopal News,14/7/2022