Breaking News

ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ପଞ୍ଚମ ବାର୍ଷିକ ଉତ୍ସବ ପାଳିତ

D Senapati
ଡେଲାଙ୍ଗ---- ଡେଲାଙ୍ଗ ରେଞ୍ଚ ସ୍ଥିତ  ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ଶାଖାର ପଞ୍ଚମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୁରୀ ନିମାପଡା କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ବୈରାଗୀ ଜେନା ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବକୁ ଉଦଘାଟନ କରି ଠାକୁରଙ୍କ ଉପରେ ଅଗାଡ ବିଶ୍ୱାସ ରଖିଲେ ସୁଫଳ ନିଶ୍ଚୟ ମିଳିବ ବୋଲି ସେ କହିଥିଲେ । । ଡେଲାଙ୍ଗ ଶାଖାର ବି, କେ , ବର୍ଷା ବାର୍ଷିକ ବୀବରଣି ପାଠ କରିଥିଲେ । ବି. କେ. ସଞ୍ଜୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଭୁବନେଶ୍ୱର ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ଉପଖଣ୍ଡର ଅଧିକାରୀଣି ବି.କେ ଲୀନା, ବି.କେ ଇନ୍ଦୁମତୀ, ବି.କେ ମିତା, ବି.କେ ସରୋଜ, ବି, କେ ମନୋରଞ୍ଜନ, ବି.କେ ଶରତ, ବି.କେ ମିହିର , ବି. କେ ମିହିର ପ୍ରମୁଖ ଯୋଗଦେଇ  ଶକ୍ତି କୁ ଆଧାର କରି ନିଜର ମନ ଏକ କରିଲେ ଇଛା ଶକ୍ତି ପୂର୍ଣ୍ଣ ହୋଇ ପାରିବ ବୋଲି କହିଥିଲେ । ବି.କେ ପିତାମ୍ବର ଉତ୍ସବଟିକୁ ପରିଚାଳନା କରିଥିଲେ ।  ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts