Breaking News

୫ଟି ସ୍କୁଲ କାମ ସରିବା ପରେ ପିଲାଙ୍କ ସହ ଆଲେଚନା କଲେ ବ୍ଳକ ଅଧ୍ୟକ୍ଷ ଓ ବିଡିଓ

After 5 days of school work, the block chairman and the video discussed with the children.


ସାକ୍ଷୀଗୋପାଳ, ----- ସତ୍ୟବାଦୀ ବ୍ଳକର ଦୁତୀୟ ପର୍ଯ୍ୟାୟରେ ୫ଟି ଯୋଜନାରେ ହାଇସ୍କୁଲ ଗୁଡିକ ଶୁକଳ, ଅଳଗୁମ, ମଧୁବନ, ମୂଳଅଳସା ଓ ଦାସବିଦ୍ୟାଧରପୁର ପଞ୍ଚାୟତ ହାଇସ୍କୁଲ ଗୁଡିକ ସାମିଲ ହୋଇଥିଲା । ଏହି ବିଦ୍ୟାଳୟ ଗୁଡିକ ପରିଦର୍ଶନ କରିବା ସହ ପିଲାମାନଙ୍କ ସହିତ ଏକ ଆଲେଚନା କରିଥିଲେ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ବିଡିଓ କ୍ଷୀରୋଦ କୁମାର ବେହେରା ଓ ଏବିଡିଓ ଅରକ୍ଷିତ ପ୍ରଧାନଙ୍କ ସହିତ ବ୍ଳକ ସହକାରୀ ଯନ୍ତ୍ରୀ ବିଶ୍ୱମୋହନ ପଟ୍ଟନାୟକଙ୍କ ସହିତ ବିଭିନ୍ନ ;ଜଇ ମାନେ ଉପସ୍ଥିତ ରହିଥିଲେ । ଶୁକଳ ତୁତୀୟାଦେବ ବିଦ୍ୟାନିକେତନ ହାଇସ୍କୁଲ ପରିଦର୍ଶନ ସମୟରେ ଜିଲ୍ଲାପରିସଦ ସଭ୍ୟ ଜିଲ୍ଲାପରିଷଦ ନାରାୟଣ ରାଉତରାୟ, ଶୁକଳ ଗ୍ରାମ ପଞ୍ଚାୟତର ସମିତିସଭ୍ୟ ବସନ୍ତ ବିଶ୍ୱାଳ ଓ ପୂର୍ବତନ ସମିତିସଭ୍ୟ ଜଳନ୍ଦର ସେଠୀ ।  ସେହିପରି ମୂଳଅଳସା  ହାଇସ୍କୁଲର ସରପଞ୍ଚ ଦେବୀ ପ୍ରସାଦ ଘଟୁଆରୀଙ୍କ ସହିତ ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଓ ବିଦ୍ୟାଳୟ ମାନଙ୍କର ଛାତ୍ର ଛାତ୍ରୀ ମାନଙ୍କ ସହିତ ୫ଟି ଯୋଜନାରେ ସମିଲ ହୋଇଥିବା ସ୍ମାର୍ଟ କ୍ଳାସରୁମ ଓ ବିଜ୍ଞାନଗୃହ, କମ୍ପ୍ୟୁଟରରୁମ ଆଦି ବିସୟରେ ବ୍ଳକ ଅଧ୍ୟକ୍ଷ ଶ୍ରୀ ପଣ୍ଡା ପଚାରି ବୁଝିଥିଲେ । ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ୫ଟି ଯୋଜନାରେ ତାଙ୍କ ବିଦ୍ୟାଳୟ ସାମିଲ ହୋଇଥିବାରୁ ସେମାନେ ବହୁତ ଖୁସି ଥିବା କହିବା ସହ ବେସରକାରୀ ବିଦ୍ୟାଳୟ ଠାରୁ ଆମ ସରକାରୀ ବିଦ୍ୟାଳୟ ବହୁ ଆଗରେ ବୋଲି ମତ ପ୍ରକାଶ କରିଥିଲେ । । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୦/୭/୨୦୨୨----୬,୨୫      Sakhigopal News , 30/7/2022


Blog Archive

Popular Posts