ଲଘୁଚାପ ଜନିତ ବର୍ଷା ଜଳ ନିଷ୍କାସନକୁ ନେଇ ଦୁଇ ଗ୍ରାମବାସୀ ମୁହାଁମୁହିଁ
The two villagers are at loggerheads over light rainwater drainage
ସାକ୍ଷୀଗୋପାଳ ------- ଗ୍ରାମ ଗହିରରୁ ଲଗୁଚାପ ଜନିତ ବର୍ଷା ଜଳ ନିଷ୍କାସନକୁ ନେଇ ଦୁଇ ଗ୍ରାମବାସୀ ମାନଙ୍କ ମଧ୍ୟରେ ମୁହାଁମୁହିଁ ହୋଇ ରହିଛନ୍ତି । ସୁଚନାଯୋଗ୍ୟ ଯେ ସତ୍ୟବାଦୀ ଥାନା ଅନ୍ତର୍ଗତ ମଧୁବନ ଗ୍ରାମ ପଞ୍ଚାୟତର ସିଂହାକୁଦା ଓ ଗୋବିନ୍ଦପୁର ( ଦଳିତବସ୍ତି) ଦୁଇ ଗ୍ରାମ ବାସୀ ମାନଙ୍କ ମଧ୍ୟରେ ଗ୍ରାମ ଗହିରରୁ ବର୍ଷା ଜଳ ନିଷ୍କାସନକୁ ନେଇ ଚାପ ଉତ୍ତୋଜନା ପ୍ରକାଶ ପାଇଛି । ସିଂହାକୁଦା ଗ୍ରାମ ଗହିରରେ ପ୍ରାୟ ଶତାଧିକ ହେକ୍ଟରରୁ ଅଧିକ ଜମିରେ ବର୍ଷା ପାଣି ହିଡବାଡ ବୁଡିକି ରହିଛି । ପାଣି ନିଷ୍କାସନ ନ ହେଲେ ଧାନ ଗଛ ଗୁଡିକ ପୋଚି ଯିବ ବୋଲି ଚାଷୀ ମାନେ କହନ୍ତି । ଅନ୍ୟ ପକ୍ଷେ ଉକ୍ତ ଗହିରରୁ ପାଣି ନିଷ୍କାସନ ପାଇଁ ଏକ ନାଳ ରହିଥିଲା । ସେହି ନାଳକୁ ଜନୈକ ବ୍ୟକ୍ତି ମାଟି ପକାଇ ପାଣି ନିଷ୍କାସନ ବନ୍ଦ କରି ଦେଇଛନ୍ତି । ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଫଳରେକି ସିଂହାକୁଦା ଗହିରରେ ଏବେ କୃତିମ ବନ୍ୟା ଜଳ ଲହଡି ଭାଙ୍ଗୁଛି । ସିଂହାକୁଦା ଗ୍ରାମ ବାସୀ ମାନେ ଏ ସମ୍ପର୍କରେ ସତ୍ୟବାଦୀ ତହସିଲଦାରଙ୍କୁ ଜଣାଇଥିଲେ । ତହସିଲଦାର ଜୟନ୍ତି କୁମାର ଜୟସିଂଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ତହସିଲଦାର ମୌସୁମି ମିଶ୍ର ମଙ୍ଗଳବାର ଉକ୍ତ ଗହିର ପରିଦର୍ଶନ କରି ପାଣିନାଳ ଦେଖିବା ପାଇଁ ଯିବା ସମୟରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ତୁରନ୍ତ ମାଟି ବନ୍ଦ କାଟି ବର୍ଷା ଜଳ ଗହିରରୁ ନିଷ୍କାସନ କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୭/୨୦୨୨--୫,୨୫
Sakhigopal News, 19/7/2022