Breaking News

ଭର୍ତ୍ତାଟଙ୍କା ବ୍ୟାଙ୍କକୁ ନ ଦେବା ପାଇଁ ବିଡିଓଙ୍କୁ ଦାବିପତ୍ର

Demand letter to Vidyo for non-payment of money to the bank


ସାକ୍ଷୀଗୋପାଳ ----  ସତ୍ୟବାଦୀ ବ୍ଳକର ଅଳଗୁମ ଗ୍ରାମ ପଞ୍ଚାୟତର କିଛି ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ ମାନେ ଭର୍ତ୍ତା ଟଙ୍କା ପାଇବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବ୍ୟାଙ୍କୁ ଙ୍କୁ ଟଙ୍କା ନ ଦେଇ ସେମାନେ ଯେପରି ଆଗରୁ ପାଉଥିବଲେ ସେହିପରି ବ୍ଳକ ପ୍ରଶାସନ ପକ୍ଷରୁ ଯୋଗାଇ ଦେବାକୁ ସରପଞ୍ଚଙ୍କ ଜରିଆରେ ଏକ ଦାବିପତ୍ର ଦେଇଥବା ଜଣାପଡିଛି ।  ରାଜ୍ୟ ସରକାର ଏବେ ଭର୍ତ୍ତା ପାଉଥବା ସମସ୍ତ ହିତାଧିକାରି ମାନଙ୍କ ବ୍ୟାଙ୍କ ଆକଉଣ୍ଟକୁ ଭର୍ତ୍ତା ଅର୍ଥ ପଠାଇ ଦେଉଛନ୍ତି । ମାତ୍ର ଟଙ୍କା ବ୍ୟାଙ୍କରେ ସଠିକ ଦିନ ଡିପୋଜିଟ ହେଉନାହିଁ  । ଅନ୍ୟ ପକ୍ଷେ  ଦିବ୍ୟାଙ୍ଗ ମାନେ ଘଣ୍ଟା ଘଣ୍ଟା ଧରି ବ୍ୟାଙ୍କରେ ଲାଇନି ଲଗାଇ ଠିଆହେବା ସେମାନଙ୍କ ପାଇଁ ବହୁ କଷ୍ଟକର ହୋଇପଡିଛି ।  ଅନ୍ୟ ପକ୍ଷେ ବ୍ୟାଙ୍କୁ ଗାଡି ଭଡା କରି ଭର୍ତ୍ତା ଟଙ୍କା ନେବାକୁ ଆସିବା ବେଳକୁ ବ୍ୟାଙ୍କ ମନା କରୁଛି ଯେ ତମର ଟଙ୍କା ଆସିନାହିଁ  କିମ୍ବା ଲିଙ୍କ ଫେଲ । ଏଣୁ ତୁରନ୍ତ ବ୍ୟାଙ୍କକୁ ଟଙ୍କା ନ ଦେଇ ଯେପରି ଆଗରୁ ଟଙ୍କା ଦିଆଯାଉଥିଲା ସେହିପରି ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ ମାନଙ୍କୁ ଏହି ସୁବିଧା ଯେଗାଇ ଦେବାକୁ ଅଳଗୁମ ଗ୍ରାମ ପାଞ୍ଚାୟତଅଳଗୁମ ଗ୍ରାମ ପଞ୍ଚାୟତର  ବୈକୁଣ୍ଠ ଜେନା, ବିବେକ ଚନ୍ଦ୍ର ଦୀକ୍ଷିତ, ବିରଞ୍ଜି ଦୀୀକ୍ଷିତ, ଧନେଶ୍ୱର ବରାଳ,ସରସ୍ୱତୀ ପ୍ରଧାନ, ଶଶ୍ମିତା ପ୍ରଧାନ ଓ ବରିଷ୍ଠ ନାଗରିକଲକ୍ଷ୍ମୀଧର ବାରିକ, ସବେଶ୍ୱର୍ର ପ୍ରଧାନ ପ୍ରମୁଖ ଦାବି କରିଛନ୍ତି ଯେ ସେମାନଙ୍କୁ  ପଞ୍ଚାୟତରେ ବା ସେମାନଙ୍କ ଘର ପାଖରେ ନେଉଥିଲେ ସେହିପରି ସେମାନଙ୍କୁ ଦିଆଯାଉ ।  ସରପଞ୍ଚଙ୍କ ଜରିଆରେ ସତ୍ୟବାଦୀ ବିଡିଓଙ୍କୁ ଏକ ଦାବି ପତ୍ର ଦେଇଥବା ଜଣାପଡିଛି । ମାତ୍ର ଏ ବିସୟରେ ସତ୍ୟବାଦୀ ବ୍ଳକ ବିଡିଓ କ୍ଷୀରୋଦ କୁମାର ବେହେରା କହନ୍ତି ଏ ଅଭିଯୋଗ କେବଳ ଅଳଗୁମ ପଞ୍ଚାୟତର ନୁହେଁ ସତ୍ୟବାଦୀ ବ୍ଳକର ସମସ୍ତ ପଞ୍ଚାୟତରେ ଏହି ଅଭିଯୋଗ ଆସିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୫/୭/୨୦୨୨--୫,୨୦    Sakhigopal News , 25/7/2022

Blog Archive

Popular Posts