ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ
Preparatory meeting to celebrate Independence Day.
ଭଞ୍ଜନଗର ----- ଭଞ୍ଜନଗର ଉପ-ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପ-ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟଙ୍କ ଅଧ୍ୟକ୍ଷତାରେ ସ୍ୱାଧୀନତା ଦିବସ ପ୍ରସ୍ତୁତି ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଗୌରୀ ଶଙ୍କର ଶତପଥୀ ଉପ-ଜିଲ୍ଲାପାଳ ଶ୍ରୀ ରାୟଙ୍କୁ ପୁଷ୍ପଗୁଛ ପ୍ରଦାନ କରିଥିଲେ । ଉପ-ଜିଲ୍ଲାପାଳ ଶ୍ରୀ ରାୟ ସମସ୍ତ ଉପସ୍ଥିତ ସଭ୍ୟ,ସଭ୍ୟାମାନଙ୍କୁ ଶୁଭେଛା ଜଣାଇଥିଲେ । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଗୌରୀ ଶଙ୍କର ଶତପଥୀ ପୂର୍ବ ପାଳିତ ହୋଇଥିବା ସ୍ୱାଧୀନତା ଦିବସର ବିବରଣୀ ପାଠ କରିଥିଲେ । ଆଲୋଚନା ପୂର୍ବକ ସହରରେ ତା.15.08.2022 ପ୍ରାତଃ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ରାମଧୂନ୍ ପ୍ରସାରଣ କରାଯିବ । ପୂର୍ବାହ୍ନ ଘ.9.15ମିନଟରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଖେଳ ପଡ଼ିଆ (ଜେଲ୍ ପଡ଼ିଆ) ଠାରେ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବରେ ମୂଖ୍ୟ ଅତିଥି ରୂପେ ଶ୍ରୀ ଜ୍ୟୋତି ଶଙ୍କର ରାୟ, ଉପ-ଜିଲ୍ଲାପାଳ, ଭଞ୍ଜନଗର ଯୋଗ ଦେଇ ପତକା ଉତ୍ତୋଳନ କରିବେ । ଏହି ବୈଠକରେ ଉପ-ଜିଲ୍ଲାପାଳ କୋବିଡ଼୍ ମାର୍ଗଦର୍ଶିକା ଅନୁଯାଇ ଏହି ବର୍ଷ ସମସ୍ତ କାର୍ଯ୍ୟକ୍ରମ ପାଳନ କରାଯିବ ବୋଲି ବୈଠକରେ ସୂଚନା ଦେଇଥିଲେ । ଏହି ପ୍ରସ୍ତୁତି ବୈଠକରେ ସମସ୍ତ ବିଭାଗୀୟ ଅଧିକାରୀ, ସମସ୍ତ ଗଣମାଧ୍ୟମ ପ୍ରତିନିଧି ଓ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ ଏବଂ ଶେଷରେ ସମାଜ ସେବୀ ଶ୍ରୀ ଶୂଳପାଣି ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୮/୭/୨୦୨୨--- ୮,୪୫
Sakhigopal News,28/7/2022