ମଟର ସାଇକେଲ ଧକ୍କାରେ ଯୁବକଙ୍କର ମୃତ୍ୟୁ; ଥାନାରେ ଅଭିଯୋଗ
Youth dies in motorcycle accident; Police complaint.
ସାକ୍ଷୀଗୋପାଳ ---- ସତ୍ୟବାଦୀ ଥାନା ଅନ୍ତର୍ଗତ ବନପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ପୁଅ ରାକେଷ ବେହେରା ନିଜ ମଟର ସାଇକେଲ ଓଡି, ୧୩.ପି. ୦୩୯୫ ଯୋଗେ ସାକ୍ଷୀଗୋପାଳ ବଜାରରୁ କାମ ସାରି ଘରକୁ ଫେରୁଥିଲେ । ସାକ୍ଷୀଗୋପାଳ- ଅଳଗୁମ ରାସ୍ତାର ବକୁଳବନ ଠାରେ ଓଆର- ୦୨- ବିଈ-୮୮୮୩ ଏକ ମଟର ସାଇକେଲ ସହିତ ମୁହାଁ ମୁହିଁ ଧକ୍କା ଏହି ମାସ ୬ ତାରିଖରେ େଇାଇଥିଲା । ରାକେଶ ରାସ୍ତା ଉପରେ ଛିଟିକି ପଡିଥିଲା । ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଦାର କରି ସାକ୍ଷୀଗୋପାଳ ମେଡିକାଲକୁ ପଠାଇବା ସହ ଘରକୁ ଖବର ଦେଇଥିଲେ । ରାକେଶର ଅବସ୍ଥା ଗୁରୁତର ହେବାରୁ ପୁରୀ, ଭୁବନେଶ୍ୱର ଓ ପରେ ପରେ କଟକ ମେଡିକାଲକୁ ପଠାଯାଇଥିଲା । କଟକରେ ଡାକ୍ତର ରାକେଶଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ପୁଅର ଶବସତ୍କାର କରିବା ସହ ସମସ୍ତ କାର୍ଯ୍ୟ ସାରିବା ପରେ ୨୯ ତାରିଖ ଦିନ ସତ୍ୟବାଦୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଗ୍ରହଣ କରି ୨୧୯/୨୨ରେ ଏକ କେସରୁଜ କରାଯାଇ ତଦନ୍ତ ଜାରି ରହିଛି ବୋଲି ଥାନା ଆଇଆଇସି ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି, ୩୦/୭/୨୦୨୨---୬.୨୦
Sakhigopal News , 30/7/2022