ବନ୍ୟା ପାଣିରେ ଭାସିଯାଉଥିବା ଛାତ୍ର କୁ ଉଧାର କଲେ ଅଗ୍ନିଶମ ବିଭାଗ କର୍ମଚାରୀ , ଅଞ୍ଚଳବାସୀଙ୍କ ଶୁଭେଚ୍ଛା
The fire department staff rescued the student who was floating in the flood water, the greetings of the local residents
ଭଞ୍ଜନଗର – ବଢିପାଣିରେ ଭାସି ଯାଉଥିଲା ୧୦ମ ଶ୍ରେଣୀର ଛାତ୍ର । ଘଟଣା ସ୍ଥଳରେ ଦେବଦୂତ ସାଜି ପହଞ୍ଚିଥିଲେ ଅଗ୍ନିଶମ ବିଭାଗ କର୍ମଚାରୀ । ବଢିଲା ବନ୍ୟାପାଣି ଭିତରକୁ ଡେଇଁ ପଡି ଆଉ ଭାସିଯାଉଥିବା ଛାତ୍ର କୁ ସୁରକ୍ଷିତ ଭାବେ ଉଧାର କରି କୂଳକୁ ଆଣିଥି ଲେ ଅଗ୍ନିଶମ କର୍ମଚାରୀ । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ଠେଙ୍ଗାଧର ଗାଁ ନିକଟରେ ଘଟିଥିଲା ଏଭଳି ଘଟଣା । ବେଲଗୁଣ୍ଠା ର ପ୍ରବୀଣ କୁମାର ପାତ୍ର । ସାଙ୍ଗ ସାଥିଙ୍କ ସହ ଯାଉଥିବା ବେଳେ ଗତ ଦିନରେ ହୋଇଥିବା ଲଗାଣ ବର୍ଷା ରେ ବଡନଦୀ ର ବନ୍ୟାପାଣି ହଠାତ୍ ମାଡ଼ି ଆସିଥିଲା । ରାସ୍ତା ନିକଟରେ ପ୍ରାୟ ୮ ଫୁଟର ପାଣି । ବନ୍ୟାଜଳ ର ସ୍ରୋତ ପ୍ରଖର ଥିଲା । ସେହି ପ୍ରଖର ସ୍ରୋତ ରେ ପ୍ରାୟ ୫୦ ମିଟର ଦୂର ପର୍ଯ୍ୟନ୍ତ ଭାସିଗଲେ ପ୍ରବୀଣ । ସମସ୍ତେ ଦେଖୁଥିଲେ ବି କାହାର ସାହସ ନଥିଲା ବନ୍ୟାପାଣି ରୁ ପ୍ରବଣ କୁ ଉଧାର କରିବାପାଇଁ । ଘଟଣା ସ୍ଥଳରେ ପହଞ୍ଚିଥିଲେ ବେଲଗୁଣ୍ଠା ଅଗ୍ନିଶମ ବିଭାଗର କର୍ମଚାରୀ ମାନେ । ସେମାନଙ୍କ ଭିତରୁ ଜଣେ କର୍ମଚାରୀ , ଉଲ୍ଲାସ କୁମାର ସ୍ବାଇଁ ବନ୍ୟାପାଣି ଭିତରକୁ ଡେଇଁପଡି , ପ୍ରବୀଣ କୁ ଉଧାର କରିବାପାଇଁ ଉଦ୍ୟମ କରିଥିଲେ । ଏବଂ ବହୁ କଷ୍ଟରେ ପ୍ରବୀଣ ଙ୍କ ଉଧାର କରି କୂଳକୁ ଆଣିଥିଲେ ଅଗ୍ନିଶମ କର୍ମଚାରୀ ଉଲ୍ଲାସ କୁମାର । ବଢିଲା ପାଣି ସୁଅରୁ ଜୀବନଟିଏ ବଞ୍ଚାଇଦେଲେ ଉଲ୍ଲାସ କୁମାର । ସେଥିପାଇଁ ଉଧାର ବାଳକ ପ୍ରବୀଣ , ତାଙ୍କ ପରିବାର ଲୋକେ ଏବଂ ବେଲଗୁଣ୍ଠା ଅଞ୍ଚଳର ବହୁ ବୁଦ୍ଧିଜୀବୀ , ବଣିକ ସଂଘ ସଦସ୍ୟ ମାନେ ବେଲଗୁଣ୍ଠା ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ରେ ପହଞ୍ଚି ସମସ୍ତ କର୍ମଚାରୀ ଙ୍କୁ ସମ୍ବର୍ଦ୍ଧିତ କରିବା ସହ କର୍ମଚାରୀ ଉଲ୍ଲାସ କୁମାର ଙ୍କ ସାହସିକତା ପାଇଁ କୃତଜ୍ଞତା ଜଣାଇଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୭/୨୦୨୨---୯,୧୦ Sakhigopal News,22/7/2022