ବେଲଗୁଣ୍ଠା ପଞ୍ଚାୟତ ସମିତି ପକ୍ଷରୁ କାରଗିଲ ବିଜୟ ଦିବସ ପାଳିତ ; ସପ୍ତାହଵ୍ୟାପୀ ସବୁଜ ସଂକଳ୍ପ ଅଭିଯାନ ଉଦଯାପିତ
Kargil Victory Day celebrated by Belguntha Panchayat Samiti; Week-long green resolution campaign launched.
ଭଞ୍ଜନଗର--- ଭଞ୍ଜନଗର କାରଗିଲ ବିଜୟ ଦିବସ ପାଳିତ ହୋଇଯାଇଛି । ବେଲଗୁଣ୍ଠା ପଞ୍ଚାୟତ ସମିତିର 18 ଗୋଟି ଗ୍ରାମ ପଞ୍ଚାୟତର 151 ବିଦ୍ୟାଳୟ,192 ଅଙ୍ଗନବାଡି କେନ୍ଦ୍ର ଓ 18 ଗୋଟି ପଞ୍ଚାୟତରେ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମ ଉଦଯାପିତ ହୋଇଛି। ଉକ୍ତ ସବୁଜ ସଂକଳ୍ପ ଅଭିଯାନ ରେ ମୁଖ୍ୟ ଅତିଥି ଭାବେ ଆସିକା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ତ୍ରିବେଣୀ ନାହାକ ପାଇଲିପଡା ଓ କ୍ଷତ୍ରିୟବରପୁର ଗ୍ରାମ ପଂଚାୟତ ରେ ଯୋଗ ଦେଇ ସବୁଜ ପତାକା ଉତ୍ତୋଳନ ସହିତ ପଞ୍ଚାୟତ ଓ ହାଇସ୍କୁଲ ପରିସର ରେ ବୃକ୍ଷ ରୋପଣ କରିଥିଲେ। ସେହିପରି ପୋଲସରା ବ୍ଲକ ଅଧ୍ୟକ୍ଷା କଳ୍ପନା ପ୍ରଧାନ ଆମ୍ବପୁଆ ଓ ଉଡ଼ୁରା ପଞ୍ଚାୟତ, ଚିକିଟି ବ୍ଲକ ଅଧ୍ୟକ୍ଷ ଅପନା ସେଠୀ ଇଙ୍ଗିନାଠି,ବଡପଡା ଠାରେ କବିସୂର୍ଯ୍ୟ ନଗର ଅଧ୍ୟକ୍ଷା ଜ୍ୟୋତିର୍ମୟୀ ସ୍ୱାଇଁ, ଗୋବରା ମହିଳା ମହାବିଦ୍ୟାଳୟ ଓ ପଞ୍ଚାୟତ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ୱାଇଁ, ବିଶ୍ଵ ଭାରତୀ ଗୋବରା ଠାରେ ଭଞ୍ଜନଗର ନଗରପାଳ ଗୋପବନ୍ଧୁ ମହାପାତ୍ର, ଶାସନ ଠାରେ ସୋରଡା ନଗରପାଳ ଶିବରାମ ପଣ୍ଡା, ବେଲଗୁଣ୍ଠା ନଗରପାଳ ନେଟଙ୍ଗା, ବେଲଗୁଣ୍ଠା ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ନୂଆଗାଁ ଗ୍ରାମ ପଂଚାୟତ, ଜିଲ୍ଲା ପରିଷଦ ସଦସ୍ୟା ପୂର୍ଣ୍ଣବାସୀ ନାୟକ ବାସୁଦେବପୁର,ବିଦ୍ୟାଧର ବିଶୋଇ ମଙ୍ଗଳପୁର, ସୁଧିର କୁମାର ଜେନା ଖାଇରପୁଟି, ଗାଙ୍ଗପୁର ଠାରେ ପୁରୁଷୋତ୍ତମପୁର ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସବୁଜ ପତାକା ଉତ୍ତୋଳନ ସହ ବୃକ୍ଷ ରୋପଣ କରି ଅଂଚଳର ଜନସାଧାରଣ ଙ୍କୁ ପ୍ରତ୍ୟେକ ଗଛଟିଏ ଲଗାଇ ଅନେକ ଜୀବନ ବଞ୍ଚାଇବା ପାଇଁ ମତ ପ୍ରକାଶ କରିଥିଲେ। ଏହି ସବୁଜ ସଂକଳ୍ପ କାର୍ଯ୍ୟକ୍ରମ ରେ ପ୍ରତି ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ, ଅଙ୍ଗନବାଡି, ଆଶା କର୍ମୀ, ପଂଚାୟତ ପ୍ରତିନିଧି ବୃନ୍ଦ ସାମିଲ ହୋଇ ଗ୍ରାମ ପରିକ୍ରମା, ସବୁଜ ପତାକା ଉତ୍ତୋଳନ, ପଥପ୍ରାନ୍ତ ନାଟକ,ପରିବେଶ ସଚେତନତା ସହିତ ସଭାର ଆୟୋଜନ ହୋଇଥିଲା । ମାନ୍ୟବର ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଗୋବରା ଠାରେ ଆୟୋଜିତ ପ୍ରାକ୍ତନ ଅଧ୍ୟକ୍ଷ ଅମୂଲ୍ୟ ଦାସ ଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆୟୋଜିତ ରକ୍ତ ଦାନ ଶିବିର କୁ ଉଦଘାଟନ କରିଥିଲେ । ଆଞ୍ଚଳିକ ମହାବିଦ୍ୟାଳୟ କ୍ଷତ୍ରିୟବରପୁର ପ୍ରତିଷ୍ଠା ଦିବସ ରେ ଯୋଗ ଦେଇ ପ୍ରାକ୍ତନ ଅଧ୍ୟକ୍ଷ ଅମୂଲ୍ୟ ଦାସ ଓ ପ୍ରାକ୍ତନ ପ୍ରାଧ୍ୟାପକ ପ୍ରଦୀପ ତ୍ରିପାଠୀ ଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେବା ସହ ପ୍ରତିଷ୍ଠା ଦିବସ ପାଳନ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ।
ଏହି ସମସ୍ତ କାର୍ଯ୍ୟକ୍ରମ କୁ ଶୁଳପାଣି ଶତପଥୀ, ଗୋରାଚାନ୍ଦ ସ୍ୱାଇଁ, ବିଭୂପାଦ ଜେନା, ସ୍ବସ୍ତି ସୁନ୍ଦର ସିଅ, ରାମ ଚନ୍ଦ୍ର ମହାନ୍ତି, କୁଂଜ ବିହାରୀ ନାୟକ, ସନ୍ତୋଷ କୁମାର ବିଶ୍ବାଳ, ବି. ଗୋବିନ୍ଦ ରାଓ, ସୁରେନ୍ଦ୍ର ସାହୁ, ଶିଶିର କୁମାର ସ୍ୱାଇଁ, ମୁନେନ୍ଦ୍ର ପରିଡା, ସୁରେନ୍ଦ୍ର ଦାସ, ଶିବ ରାମ ରାଉତ, କବିରାଜ ପରିଡା, ମିଥୁନ ଜେନା, ରାମେଶ୍ଵର ପାତ୍ର, ପ୍ରମୁଖ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶୀଭୂଷଣ ମହାପାତ୍ର, ଶିଶୁ ବିକାଶ ଅଧିକାରୀ ଗାୟତ୍ରୀ ମିଶ୍ର ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ମାମା ପରିଡା ଓ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ପାଈଁ ନିୟୋଜିତ ସଂଯୋଜକ ମାନେ ଏହି ସମସ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୬/୭/୨୦୨୨ ----୮,୪୦ Sakhigopal News,26/7/2022
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୬/୭/୨୦୨୨ ----୮,୪୦ Sakhigopal News,26/7/2022