Breaking News

ମାରୁତିସେନା ପକ୍ଷରୁ ନରେନ୍ଦ୍ରପୁର ପଞ୍ଚାୟତରେ ଚକ୍ଷୁ ପରିକ୍ଷା ଶିବିର ଅନୁଷ୍ଠିତ

An eye examination camp was organized by Maruti Sena at Narendrapur Panchayat.

ସାକ୍ଷୀଗୋପାଳ---- ନରେନ୍ଦ୍ରପୁର ପଞ୍ଚାୟତରେ ରବିବାର ଦିନ ମାରୁତିସେନା ଆନୁକୁଲ୍ୟରେ ଅହଲ୍ୟା ହସ୍ପିଟାଲ ତରଫରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ  ମାରୁତି ସେନାର ରାଜ୍ୟ ସଭାପତି ପପୁ ଦଳବେହେରା , ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଗୌରାଙ୍ଗ ମଲ୍ଲିକ, ସମିତି ସଭ୍ୟା ଝରଣା ମଲ୍ଲିକ ଏବଂ ନାଏବ ସରପଞ୍ଚ ରୋଜାଲିନ ଜେନା ଯୋଗଦେଇ ଶିବିରଟିକୁ ଆନୁଷ୍ଠାନିକ ଉଦଘାଟନ କରିଥିଲେ। ୧୩୦ ରୁ ଅଧିକ  ପୁରୁଷ ଓ ମହିଳା ଚକ୍ଷୁ ପରିକ୍ଷା କରାଇଥିଲେ। ଏଥି ମଧ୍ୟରୁ ୧୫ ଜଣଙ୍କର  ଅହଲ୍ୟା ହସ୍ପିଟାଲରେ  ଅସ୍ତ୍ରୋପଚାର, ଔଷଧ, ଚଷମା ଆଦି ଯୋଗାଇ ଦେବା ସହ ସମସ୍ତଙ୍କ ଘରୁ ନେବା ଆଣିବା ବ୍ୟବସ୍ଥା ମଧ୍ୟ ମେଡିକାଲ ପକ୍ଷରୁ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ  ମାରୁତି ସେନାର ଆଞ୍ଚଳିକ ସଭାପତି ସନ୍ତୋଷ କୁମାର ପଣ୍ଡା, ଜ୍ୟୋତି ସାହୁ, ସୁଲୋଚନା ସାହୁ, ଇନ୍ଦ୍ରମଣି କହଁର, ଓମ୍ ପ୍ରକାଶ ସାହୁ, ଅନିଲ କୁମାର ସ୍ୱାଇଁ,ଟିକିନା ସାହୁ, ଭରତ ରାଉତ ପ୍ରମୁଖ  ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩୧/୭/୨୦୨୨----୭,୪୫ 
Sakhigopal News,31/7/2022

Blog Archive

Popular Posts