ହାଇକୋର୍ଟ ବିଚାରପତିଙ୍କ ଓଡ଼ଗାଁ ଗସ୍ତ
High Court Judge's visit to Ordaga
ଓଡ଼ଗାଁ:- ଓଡ଼ିଶା ଉଚ୍ଚନ୍ୟାୟାଳୟ ବିଚାରପତି ଭି. ନରସିଂହ ଆଜି ଓଡ଼ଗାଁ ଗସ୍ତ କରି ସିଭିଲ୍ କୋର୍ଟ କମ୍ପ୍ଳେକ୍ସ ପରିଦର୍ଶନ କରିଥିଲେ। ଏହାର ଅବସ୍ଥିତି ଓ ପାରିପାର୍ଶ୍ୱିକ ସ୍ଥିତି ଦେଖି ଖୁସିବ୍ୟକ୍ତ କରିଥିଲେ। ଜଷ୍ଟିସ୍ ନରସିଂହ ଓଡ଼ଗାଁ ଆସିବା ବେଳେ ଆଧ୍ଯାତ୍ମିକ ପୀଠ ଭାବେ ପ୍ରସିଦ୍ଧି ଲାଭ କରିଥିବା ଶରଣକୂଳର ଲଡୁବାବା, ଓଡ଼ଗାଁରେ ଶ୍ରୀ ରଘୁନାଥଜୀଉ ଏବଂ ନିକଟସ୍ଥ ଦୂତିକେଶ୍ୱର ମହାଦେବଙ୍କ ଦର୍ଶନ କରି ଆଶିଷ ଲାଭ କରିଥିଲେ। ଜିଲ୍ଲାଜଜ୍ ରୂପଶ୍ରୀ ଚୌଧୁରୀଙ୍କ ସହିତ ନୟାଗଡ଼ ଜିଲ୍ଲାର ବିଭିନ୍ନ ଅଦାଲତର ନ୍ୟାୟାଧିକାରୀ ମାନେ ତାଙ୍କ ସାଙ୍ଗରେ ଆସିଥିବା ବେଳେ ଓଡ଼ଗାଁ ବାର ଆସୋସିଏସନ ସଭାପତି ଇନ୍ଦୁଭୁଷଣ ମିଶ୍ର, ସମ୍ପାଦକ ସହିତ ଅନ୍ୟ ଓକିଲ ବନ୍ଧୁମାନେ ଉପସ୍ଥିତ ରହି ବିଚାରପତିଙ୍କୁ ସ୍ୱାଗତ କରିଥଲେ । ଓଡ଼ଗାଁ ରୁ ଦିଲ୍ଲୀପ୍ କୁମାର ବିଶୋଇ ଙ୍କ ରିପୋର୍ଟ,୨୪/୭/୨୦୨୨----୮,୫୫ Sakhigopal News,24/7/2022