ସମ୍ଭାବନା ପରିବାର ପକ୍ଷରୁ ଚୁଡ଼ାଘଷା ଦିବସ ପାଳିତ
ଜଟଣୀ : ଜଟଣୀ ସହରର ସାମାଜିକ ଅନୁଷ୍ଠାନ ସମ୍ଭାବନା ପରିବାର ପକ୍ଷରୁ ବର୍ଷତମାମ ବିଭିନ୍ନ ଜନହିତ କର କାର୍ଯ୍ୟକ୍ରମ ଗୁଡିକୁ ସଫଳ ଭାବେ ଅନୁଷ୍ଠିତ କରାଯାଉଛି । ମଇ ମାସ ୧୬ ତାରିଖକୁ ଅନରୂପ ଭାବେ ଚୁଡ଼ାଘଷା ଦିବସ ଭାବେ ପାଳନ କରାଯାଉଛି l ଏହି ପରିପ୍ରେକ୍ଷୀରେ ଶୁକ୍ରବାର ପୌରାଞ୍ଚଳ ଅନ୍ତର୍ଗତ ୬ ନମ୍ବର ୱାର୍ଡର ଶ୍ରୀ ସିଦ୍ଧ ମହାବୀର ମନ୍ଦିର ପରିସରରେ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି ଚଉଡଆଘଷଆ ଦିବସ l ଏହି କାର୍ଯ୍ୟକ୍ରମରେ ଉଦ୍ ଘାଟକ ଭାବେ ସାଧୁ ରାଧେ ବାବା, ସମ୍ମାନିତ ଅତିଥି ଭାବେ ହରିରାଜପୁର ମେଳଣ କମିଟିର ସଂଯୋଜକ ତଥା ପୂର୍ବତନ ସରପଞ୍ଚ ପ୍ରସନ୍ନ କୁମାର ମହାରଥୀ, ଆଇନଜୀବୀ ଅକ୍ଷାଂଶୁ ଶେଖର ନାୟକ, ସାଇ ସେବକ ସୀତାକାନ୍ତ ଶତପଥୀ, ବିଶ୍ୱହିନ୍ଦୁ ପରିଷଦର ସଂଯୋଜକ ବିଭୁଧେନ୍ଦ୍ର ବିଦ୍ୟାଧର, ପ୍ରଧାନଶିକ୍ଷକ ଆଲେଖ ଚନ୍ଦ୍ର ବଳିଆରସିଂହ ପ୍ରମୁଖ ଯୋଗ ଦେଇ ଅନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରିଥିଲେ l ଅତିଥି ମାନେ ସେମାନଙ୍କ ଅଭିଭାଷଣରେ ଓଡ଼ିଆ ସଂସ୍କୁତି ଓ ଶ୍ରୀ ଜଗନ୍ନାଥଙ୍କ ପରମ୍ପରାରେ ଜଡ଼ିତ ତଥା ମହାପ୍ରଭୁଙ୍କ ଷାଠିଏ ପଉଟି ବ୍ୟଞ୍ଜନ ମଧ୍ୟରେ ଶୁଖିଲା ବ୍ୟଞ୍ଜନ ଚୁଡ଼ାଘଷା ଅନ୍ୟତମ ବୋଲି କହିଥିଲେ । ଏହି ପରିପ୍ରେକ୍ଷୀରେ ବିଭିନ୍ନ ଦିବସ ପାଳନ ହେଉଥିବା ବେଳେ ଆମ ଉତ୍କଳୀୟ ସଂସ୍କୃତିରେ ଜଡ଼ିତ ଚୁଡ଼ାଘଷାକୁ ପ୍ରତ୍ୟେକ ବର୍ଷ ମଇ ମାସ ୧୬ ତାରିଖକୁ ଚୁଡ଼ାଘଷା ଦିବସ ଭାବେ ପାଳନ କରିବା ପାଇଁ ଆହ୍ଵାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସଙ୍ଗଠନ ସମ୍ପାଦକ ସଞ୍ଜୟ କୁମାର ବରିସଲ,ଉପସଭାପତି ଦିଲ୍ଲୀପ କୁମାର ସିଂ, ଶରତ କୁମାର ରେଡ୍ଡୀ, ସହସମ୍ପାଦକ ଅମୀନ ରାଉତ, କୋଷାଧ୍ଯକ୍ଷ ରମାକାନ୍ତ ମହାରଣା, ନିରୂପମା ସ୍ଵାଇଁ, ସଶ୍ମିତା ବେହେରା, ସ୍ମିତା ପଟ୍ଟନାୟକ, ନିତ୍ୟଜିତ ଚମ୍ପତି, ଲୁସେନ୍ କୁମାର ରାୟ, ପରେଶ ପଟ୍ଟନାୟକ, ପ୍ରଶାନ୍ତ ବେହେରାଙ୍କ ସମେତ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l ଏହି ଅବସରରେ କୁଦିଆରି ମେଳଣ ପଡିଆ ଠାରେ ଥିବା ନୃତ୍ୟ ଗ୍ରୁପ ସମ୍ବଲପୁରୀ ନୃତ୍ୟ , ସୁରଭି ଅନୁଷ୍ଠାନ, ଶିଶୁ ଶିକ୍ଷା ସଦନ ଓ ଶୋଭନୀୟ ଶିକ୍ଷାଶ୍ରମର ଛାତ୍ରୀ ମାନଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା l କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନର ସମ୍ପାଦକ ଦେବପ୍ରସାଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l ପରିଶେଷରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୦/୫/୨୦୨୫---୧୦,୧୦ Sakhigopal News,20/5/2025
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୦/୫/୨୦୨୫---୧୦,୧୦ Sakhigopal News,20/5/2025