ଓଡଗାଁ ବ୍ଳକର ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ
The first dengue patient was identified in Odgaon block.
ଓଡ଼ଗାଁ:- ଓଡ଼ଗାଁ ବ୍ଳକର ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛି। ରୋଗୀ ଜଣକ କୁରାଳ ଗ୍ରାମର ବୋଲି ଜଣାଯାଇଛି। ଡେଙ୍ଗୁ ପୀଡିତ ରୋଗୀ ଜଣକ କାମ କରିବା ପାଇଁ ବାହାର ଜିଲ୍ଲାକୁ ଯାଇଥିଲେ। ଜ୍ୱର ହେବାରୁ ଗାଁକୁ ଫେରିବା ପରେ ବିଭିନ୍ନ ସ୍ଥାନରୁ ଔଷଧ ଖାଇଲେ ମଧ୍ଯ ଜ୍ୱର ଭଲ ନହେବାରୁ ତାଙ୍କର ରକ୍ତ ପରାକ୍ଷା ପାଇଁ ଶରଣକୂଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା। ଗତକାଲି ସେ ଡେଙ୍ଗୁ ଆକ୍ରାନ୍ତ ବୋଲି ରିପୋର୍ଟ ଆସିବା ପରେ ତାଙ୍କର ସୁସ୍ଥତା ପାଇଁ ଔଷଧ ଦିଆଯାଇଥିଲା। ଏବଂ ଆଜି ମହିଳା ସ୍ୱାସ୍ଥ୍ୟ କର୍ମୀ ସନ୍ଧ୍ଯାରାଣୀ ସାମଲଙ୍କ ନେତୃତ୍ବରେ ଆଶାକର୍ମୀ, ଅଙ୍ଗନୱାଡି କର୍ମୀ, ସ୍ଥାନୀୟ ସରପଞ୍ଚ ବିଜନ ପାଇକରାୟଙ୍କ ସହିତ କୁରାଳ ଗ୍ରାମର ବିଭିନ୍ନ ସାହିକୁ ଯାଇ ସାଧାରଣଙ୍କ ମଧ୍ଯରେ ସଚେତନତା ସ୍ରୁଷ୍ଟି କରାଯାଇଥିଲା ।
ଓଡ଼ଗାଁରୁ ଦିଲ୍ଲୀପ୍ କୁମାର ବିଶୋଇଙ୍କ ରିପୋର୍ଟ
ତା:- ୧୮/୭/୨୨----୬,୪୦
Sakhigopal News,18/7/2022