5T ଯୋଜନାରେ ନିଜ ଦଳୀୟ କର୍ମୀ ଙ୍କୁ ଥଇଥାନ
5T plans to have its own team members.
କଟକ---- ଓଡିଶା ସରକାରଙ୍କ 5T ନାମରେ ହରିଲୁଟ ଚାଲିଛି ସ୍ପଷ୍ଟ ଦିବାଲୋକରେ । ସରକାରଙ୍କ ସ୍ବଛତା ମୁଖା ଆଢୁଆଳରେ ଚାଲିଛି ଦୁର୍ନୀତି । ଏପରି ଘଟଣା ଘଟିଛି କଟକ ଜିଲ୍ଲାର ବାଙ୍କୀ ବ୍ଲକ ଅନ୍ତର୍ଗତ ପଣ୍ଡାଳମ ଉଚ୍ଚ ବିଦ୍ୟାଳୟରେ । ଉକ୍ତ ବିଦ୍ୟାଳୟକୁ ସରକାର 5T ରେ ଅନ୍ତର୍ଭୁକ୍ତ କରାଯାଇଛି । କାମ ମଧ୍ୟ ଚାଲିଛି । ହେଲେ ଏହା ସରକାରଙ୍କ ନୀତି ନିୟମ ବାହାରେ କାମ ଚାଲିଛି । ଯେଉଁଠାରେ ମାଟି କାମ ହେବାର ଥିଲେ ସ୍ଥାନୀୟ ଲୋକମାନଙ୍କୁ ନିଯୁକ୍ତି ଦେବା ପାଇଁ ଏନ. ଆର ଇ.ଜି.ଏସ ର ପ୍ରଚଳନ କରାଯାଇଛି । ଏହି ସ୍କିମ ମାଧ୍ୟମରେ 5T ବିଦ୍ୟାଳୟ ଗୁଡିକରେ କାମ ହେବା କଥା । ଯାହା ଦ୍ବାରା ସ୍ଥାନୀୟ ଲୋକମାନେ କାମ ପାଇ ପାରିବେ ।କିନ୍ତୁ ପଣ୍ଡାଳମ ଉଚ୍ଚ ବିଦ୍ୟାଳୟରେ କାମ ଚାଲିଛି ଜେ.ସି.ବି ଓ ଟ୍ରାକ୍ଟର ମାଧ୍ୟମରେ । ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଏହି କାର୍ଯ୍ୟ ମଧ୍ୟ ଚାଲୁଛି । ପ୍ରଧାନଶିକ୍ଷକଙ୍କୁ ଚେକରେ ଦସ୍ତଖତ କରିବା ପାଇଁ ବାଧ୍ୟ କରାଯାଉଛି । ଦସ୍ତଖତ ନକଲେ ବିଭିନ୍ନ ଧମକ ମଧ୍ୟ ଦିଆଯାଉଛି । ଶୁଣିବା ପାଇଁ ମିଳୁଛି ଯେ ଏହି କାମ କୁଆଡେ ଜଣେ ରାଜନେତାଙ୍କ ପୋଷା ଗୁଣ୍ଡା ମାନେ କରୁଛନ୍ତି । ଏଠି ଜନସାଧାରଣଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ଯେ ସରକାର କନ୍ଟ୍ରାକଟରଙ୍କ ମାଧ୍ୟମରେ ଟେଣ୍ଡର କରି କାମ ଦେଇ ତାଙ୍କୁ ସିଧାସଳଖ ପେମେଣ୍ଟ କରିବା ପରିବର୍ତ୍ତେ ପ୍ରଧାନଶିକ୍ଷକଙ୍କୁ ନିଜ ଦସ୍ତଖତରେ ଚେକ୍ ଦେବା ପାଇଁ ବାଧ୍ୟ କରାଯାଉଛି । ଏହା ସରକାରଙ୍କ କୁଜି ନେତା ପୋଷଣ ନୀତି ନୁହେଁ ତ ? କୁଜି ନେତା ଖାଇବେ ପଣସ ପ୍ରଧାନଶିକ୍ଷକଙ୍କ ମୁଣ୍ଡରେ ବୋଳାହେବନି ତ ଅଠା ? ଦେଖାଯାଉ ଆଗକୁ ଘଟୁଛି କ'ଣ ? ।
ଭୁବନେଶ୍ଵର ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୦/୭/୨୦୨୨ ---୫,୩୦ Sakhigopal News,20/7/2022