ମଟର ସାଇକେଲ ଧକ୍କାରେ ଦୁଇ ଆହତ ; ଥାନାରେ ଅଭିଯୋଗ
Two injured in motorcycle accident; Police complaint.
ସାକ୍ଷୀଗୋପାଳ ----- ବଳଙ୍ଗା ଥାନା ଅନ୍ତର୍ଗତ ଖଇରିଖୁଣ୍ଡ ଗ୍ରାମର ଉଗ୍ରସେନ ସ୍ୱାଇଁ ଲିଖିତ ଭାବେ ଜଣାଇଛନ୍ତି ଯେ ତାଙ୍କ ପୁତୁରା ଉମାକାନ୍ତ ସ୍ୱାଇଁ ଙ୍କ ସହିତ ତାଙ୍କ ସାଙ୍ଗ ମଙ୍ଗୁଳି ହେହେରା ଏକ ମଟର ସାଇକେଲନଂ ଓଡି- ୩୩- ଭି, ୧୬୯୧ ଯୋଗେ ପୁରୀରୁ ଘରକୁ ଫେରୁଥିଲେ । ୩୧୬ ଜାତୀୟ ରାଜପଥର ବୀରଗୋବିନ୍ଦପୁରଛକ ଠାରେ ପଛରୁ ଏକ ମଟର ସାଇକେଲ ଆସି ଧକ୍କା କରିଥିଲା । ଯାହା ଫଳରେକି ଉମାକାନ୍ତ ଓ ମଙ୍ଗୁଳି ରାସ୍ତା ଉପରେ ଛିଟିକି ପଡିଥିଲେ । ଗୁରୁତର ଭାବେ ଆହତ ହୋଇ ପ୍ରଥମେ ସାକ୍ଷୀଗୋପାଳ ଓପରେ ଭୁବନେଶ୍ୱର ମେଡିକାଲରେ ଚିକିତ୍ସା ହେଉଛନ୍ତି ବୋଲି ସତ୍ୟବାଦୀ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଗ୍ରହଣ କରି ସତ୍ୟବାଦୀ ଥାନାରେ ୨୧୮/୨୨ ରେ ମାମଲା ରୁଜ କରି ତଦନ୍ତ ଜାରି ରହିଛି ବୋଲି ଥାନା ଆଇଆଇସି ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି, ୩୦/୭/୨୦୨୨---୬.୨୦ Sakhigopal News, 30/7/2022