Breaking News

ସାକ୍ଷୀଗୋପାଳ ରେଳଷ୍ଟେସନ ପରିସରରେ ଆଜାଦକି ଅମ୍ରିତ ମହୋତ୍ସବ ପାଳିତ ହେଉଥିବା ବେଳେ ଅନ୍ୟ ପଟେ ଜଙ୍ଗଲ ଦେଇ ଯିବାକୁ ପଡୁଛି ରେଳ ଷ୍ଟେସନକୁ

 While Azadki Omrit festival is being celebrated in the vicinity of Sachigopal railway station, on the other hand one has to go through the forest to reach the railway station..


ସାକ୍ଷୀଗୋପାଳ ---   ରେଳ ବିଭାଗ ପକ୍ଷରୁ ସାକ୍ଷୀଗୋପାଳ ରେଳ ଷ୍ଟେସନ ପରିସରରେ  ଜୁଲାଇ ୧୮ ତାରିଖରୁ ୨୩ ପର୍ଯ୍ୟନ୍ତ  ଏକ ସପ୍ତାହ ବ୍ୟାପି ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦକି ଅମ୍ରିତ ମହୋତ୍ସବ ପାଳିତ ହୋଇଛି । ଆଜି ଉଦଯାପିତ ଉତ୍ସବରେ ଏଡିଆରଏମ ଅଶୋକ କୁମାର ପ୍ରଦ୍ୱୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଯାପିତ କରିଥିଲେ । ଅନ୍ୟତମ ଅତିଥି ଭାବେ ସ୍ୱାଧୀନତା ସଂଗ୍ରାମୀ  ସ୍ୱର୍ଗତ ରାଜେନ୍ଦ୍ର କୁମାର ବେହେରାଙ୍କ ପୁଅ ବଳରାମ ବେହେରା ଓ  ସ୍ୱାଧୀନତା ସଂଗ୍ରାମୀ  ନରସିଂହ ପାତ୍ରଙ୍କ ପତ୍ନୀ ଶ୍ରୀମତି ଲକ୍ଷ୍ମୀ ପାତ୍ର ଓ ତାଙ୍କ ପୁଅ ଅମର ପାତ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ରେଳ ବିଭାଗର ଏଡିଆରଏମ ଅଶୋକ କୁମାର  ରେଳ ବିଭାଗ କାର୍ଯ୍ୟକ୍ରମ ସମ୍ପର୍କରେ ମତ ରଖିଥଲେ । ସେହିପରି ଅମର ପାତ୍ର ସତ୍ୟବାଦୀର ପଞ୍ଚସଖାଙ୍କ  ସ୍ମୃତି କଥା ମନେପକାଇଥିଲେ । ମାତ୍ର ଦୁଖଃର ବିସୟ ଗୋଟିଏ ପଟେ ରେଳ ବିଭାଗ ସାକ୍ଷୀଗୋପାଳ ରେଳ ଷ୍ଟେସନରେ ଏହି କାର୍ଯ୍ୟକ୍ରମ କରି ଲକ୍ଷ ଲକ୍ଷଟଙ୍କା ଖର୍ଚ୍ଚ କରୁଥିବା ବେଳେ ରେଳ ଷ୍ଟେସନକୁ ଆସିବା ପାଇଁ ରାସ୍ତାର ଉଭୟ ପାଶ୍ୱର୍ ଜଙ୍ଗଲରେ ପରିପୂର୍ଣ୍ଣ । ସେତିକି ନୁହେଁ ରେଳ ଷ୍ଟେସନର ଉଭୟ ପାଶ୍ୱର୍ରେ ବେଆଇନ ଦେଶୀ ମଦ ଭାଟି । ଯେଉଁ ଷ୍ଟେସନରେ ରେଳ ବିଭାଗ ଦେଶ ସ୍ୱଧୀନତାର ୭୫ ବର୍ଷ ପୂର୍ତ୍ତି  ଅବସରରେ ଆଜାଦକି ଅମ୍ରିତ ମହୋତ୍ସବ ପାଳନ କରୁଥିବା ବେଳେ ପଞ୍ଚସଖାଙ୍କ ଦାୟଦ ମାନଙ୍କୁ ରେଳ ବିଭାଗ ମନେ ପକାଇଲା ନାହିଁ । ।  ଏହି ମହୋତ୍ସବରେ ପେଣ୍ଠପଡା ସରପଞ୍ଚ ଚିନ୍ମୟ ରାଉତ, ସମିତିସଭ୍ୟ ସୁମନ୍ତ ଘଟୁଆରୀ, ଜୟପୁର ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଦେବଦତ୍ତ ସାମନ୍ତରାୟ, ବରିଷ୍ଠ ନାଗରିକ ବାବନ ବରାଳ, ଆଇନଜୀବୀ, ସାମ୍ବାଦିକ, ସମାଜସେବୀ, ଛାତ୍ର ଛାତ୍ରୀ , ରେଳ ଷ୍ଟେସନ ମାଷ୍ଟର ମାନଙ୍କ ସହିତ ରେଳ ଉପଭୋକ୍ତା ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ଖୋର୍ଦ୍ଧା ଡଭିଜନର ଆରପିଏଫ ପ୍ରଭାତ କୁମାର ସାହୁ କାର୍ଯକ୍ର୍ରମକୁ ସଂଯୋଜନା କରିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୭/୨୦୨୨---୮,୪୫ 

 Sakhigopal News, 23/7/2022

Blog Archive

Popular Posts