Breaking News

ଫନି ବାତ୍ୟା ଠାରୁ ହାଇମାକ୍ସ ଲାଇଟି ଅଚଳ ତୁରନ୍ତ ମରାମତି ପାଇଁ ବ୍ୟବସାୟୀ ସଂଘ ପକ୍ଷରୁଦାବି

 The trade unions have demanded that the Highmax light be repaired immediately after the storm.


ସାକ୍ଷୀଗୋପାଳ------ ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଗଡବଳରାମପୁର ପଞ୍ଚାୟତର ବୁଢ଼ାକେରା  ଗ୍ରାମ ମୁଣ୍ଡରେ ଥିବା ଶ୍ରୀରାମ ବଜାର ମଧ୍ୟରେ ଏକ ହାଇମାକ୍ସ ଲାଇଟି ଲାଗିଥିଲା । କାରଣ ଏହି ବଜାର ଉପରେ ବିଶେଷ କରି ଗଡବଳରାମପୁର, ମହୁରା, କେତକୀପାଟଣା ଓ ନିମାପଡାର ନୂଆସନ୍ଥର ପ୍ରାୟ ଶତାଧିକ ଗ୍ରାମବାସୀ ମାନେ ନିର୍ଭର କରିଥାନ୍ତି । ସବୁଠାରୁ ବଡ କଥା ଏହି ବଜାର ଠାରୁ ନିମାପଡ, ପୁରୀ , ବଳଙ୍ଗା, ଗୋପ, କେଣାର୍କ ସହିତ ସତ୍ୟବାଦୀକୁ ଯିବା ପାଇଁ ରାସ୍ତା ରହିଛି । ସଂଧ୍ୟା ହେଲେ ଏବେ ବଜାରଟି ଅନ୍ଦାର ହୋଇ ପଡୁଛି । ବିଶେଷ କରି ଦେକାନ ବଜାର ବନ୍ଦ ହୋଇଗଲେ ଏହି ଛକଟି ଅନ୍ଦାର ହୋଇଯାଉଛି । ଅନେକ ସମୟରେ ଏଠାରେ ରାହଜାନୀ ଘଟୁଛି । କେତେକ ଅଭିଯୋଗ ଥାନାକୁ ଯାଉଥିବା ବେଳେ ଆଉ କେତେକ ଚୁପ ହୋଇ ରହିଯାଉଛି । ଏ ସମ୍ପର୍କରେ ସ୍ଥାନୀୟ ଜନପ୍ରତିନିଧି, ବିଦ୍ୟୁତ ବିଭାଗ, ବ୍ଳକ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ବୋଲି ଜନସାଧାରଣ କହନ୍ତି । ତୁରନ୍ତ ବଡ ଦୁର୍ଘଟଣା ଘଟିବା ଆଗରୁ ଉକ୍ତ ହାଇମାକ୍ସ ଲାଇଟି ମରାମତି କରିବା ପାଇଁ ସ୍ଥାନୀୟ ଜଣସାଧାରଣ ଓ ବ୍ୟବସାୟୀ ସଂଘ ପୁରୀ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୦/୭/୨୦୨୨--- ୫,୧୦     

  Sakhigopal News, 20/7/2022

Blog Archive

Popular Posts