ଶୁଦ୍ଧିକ୍ରିୟା ଅବସରରେ ନିଷ୍ଠା ପରିବାରର ରକ୍ତଦାନ ଶିବିର
Blood Donation Camp of Nistha Family on the occasion of purification.
ବରଗଡ଼ ---ସ୍ୱର୍ଗତ ସରୋଜ ମେହେର ଙ୍କ ଶୁଦ୍ଧିକ୍ରିୟା ଅବସରରେ ତାଙ୍କ ବାସଭବନ ଜାଣ୍ଡୋଲ ଠାରେ ନିଷ୍ଠା ପରିବାର ସହଯୋଗ ରେ ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳି ପୂର୍ବକ ଏକ ସ୍ବେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ସାତ ଯୋଡ଼ା ଦମ୍ପତ୍ତି,HELPING HEART, ର ମୁଖ୍ୟ ସତ୍ୟାନନ୍ଦ ପାଣ୍ଡେଙ୍କ ସମେତ ସର୍ବମୋଟ୍ #୪୨ୟୁନିଟ୍ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ୱାରା ସଂଗୃହିତ ହେଇଥିଲା। ଏହି ଅବସରରେ ନିଷ୍ଠା ପରିବାର ତରଫ ରୁ ସ୍ୱର୍ଗତ ସରୋଜ ମେହେର ଙ୍କ ସ୍ମୃତି ରେ ଆୟୋଜନ କରିଥିବା ରକ୍ତ ଦାନ ଶିବିର ପାଇଁ ତାଙ୍କ ପରିବାବର୍ଗଙ୍କୁ ମୋମେଣ୍ଟୋ ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ସ୍ୱର୍ଗତ ମେହେର ଙ୍କ ପତ୍ନୀ କଳ୍ପନା ମେହେର, ପୁଅ ପିଙ୍କୁ ମେହେର, ଝିଅ ସ୍ବପ୍ନା ମେହେର ଓ ଜ୍ବାଇଁ ଗଣେଶ ମେହେର ଆଜିର ରକ୍ତ ଦାନ ଶିବିର ହିଁ ତାଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି କୋହ ଭରା କଣ୍ଠ ରେ କହିବା ସହ ରକ୍ତ ଦାତା ମାନଙ୍କୁ ହୃଦୟ ରୁ ଧନ୍ୟବାଦ ଅର୍ପଣ କରିଥିଲେ। ନିଷ୍ଠା ପରିବାର ର ଉପଦେଷ୍ଠା ଦୂର୍ବାଦଳ ଷଡ଼ଙ୍ଗୀ, ସଭାପତି ରକ୍ଷପାଲ ସାହୁ, ସମ୍ପାଦକ ଲୋକନାଥ ସାହୁ, ଚିତ୍ରସେନ ପ୍ରଧାନ, ଲିଙ୍ଗରାଜ ସାହୁ ପ୍ରମୁଖ ଶିବିର ପରିଚାଳନା ରେ ସହଯୋଗ କରିଥିଲେ। ରକ୍ତଦାନ କରିଥିବା ସମସ୍ତ ରକ୍ତ ଦାତା, ସହଯୋଗୀ ସମସ୍ତ ଙ୍କୁ ନିଷ୍ଠା ପରିବାର ତରଫ ରୁ ଧନ୍ୟବାଦ ଦେଇଥିଲେ। ନିଜର ଆତ୍ମୀୟଙ୍କୁ ହରାଇ ଅତ୍ୟନ୍ତ ଭାଙ୍ଗି ପଡନ୍ତି ପରିବାର ଲୋକ। କିନ୍ତୁ ମେହେର ପରିବାର ଶୁଦ୍ଧି କ୍ରିୟା ଅବସରରେ ଏଭଳି ଏକ ନିଆରା କାର୍ଯ୍ୟକ୍ରମ କରି ସମାଜ ପାଇଁ ଏକ ଉଦାହଣ ସୃଷ୍ଟି କରୁଥିବାରୁ ନିଷ୍ଠା ପରିବାର ତରଫ ରୁ ତାଙ୍କୁ ସାଧୁବାଦ ଓ କୋଟି କୋଟି ପ୍ରଣାମ ଜଣାଇଛନ୍ତି।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୩୧/୭/୨୦୨୨---୮,୨୦ Sakhigopal News,31/7/2022