Breaking News

ମିଜିଜି ଅନୁଷ୍ଠାନ ପକ୍ଷରୁ ରଘୁରାଜପୁର ହସ୍ତାଶିଳ୍ପ କାରିଗରଙ୍କୁ ଅନଲାଇନ ମାଧ୍ୟମରେ ବ୍ୟବସାୟ ତାଲିମ

Online Business Training to Raghurajpur Handicrafts by Mizzi Institute.
ପୁରୀ--- ମିଜିଜି ଅନୁଷ୍ଠାନ ପକ୍ଷରୁ ରଘୁରାଜପୁର ହସ୍ତାଶିଳ୍ପ କାରିଗର ମାନଙ୍କୁ  ଅନଲାଇନ ମାଧ୍ୟମରେ ବ୍ୟବସାୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।    ମିଜିଜିଏକ ଅନଲାଇନ ପ୍ଲାଟଫର୍ମ ଅଟେ ।  ଅନଲାଇନ ମାଧ୍ୟମରେ ହସ୍ତାଶିଳ୍ପ କାରିଗର ମାନଙ୍କୁ ନେଇ  ଏକ ସଭାର ଆୟୋଜନ କରାଯାଇଥିଲା । ଏହି ସଭା ରଘୁନାଥ ଚିତ୍ର କାରିଗରୀ ଶିଳ୍ପ ସମବାୟ ସମିତି ଗୃହ,ରଘୁରାଜପୁର ପରିସରରେ ଅନୁଷ୍ଠିତ ହେଇଥିଲା । ଏହି ସଭାରେ ରଘୁରାଜପୁର ସହିତ ଆଖ ପାଖ ଗ୍ରାମରୁ 100 କାରିଗର ଯୋଗ ଦେଇଥିଲେ । ଏହି ସଭାରେ ମୁଖ୍ୟ ଅତିଥି ଭାବେ ମାଳତୀପାଟପୁର ର ସରପଞ୍ଚ ଶ୍ରୀ ମହେନ୍ଦ୍ର କୁମାର ମହାପାତ୍ର, ସମିତିସଭ୍ୟ ଶ୍ରୀ ପ୍ରମୋଦ କୁମାର ମହାରଣା, ଗ୍ରାମ ସଭାପତି ଶ୍ରୀ ଲଷ୍ମୀଧର ସୁବୁଦ୍ଧି, ୱ।ର୍ଡ ମେମ୍ବର ସନ୍ତୋଷ ମହାରଣା, ମିଜିଜି ଅନୁଷ୍ଠାନର ନିର୍ଦ୍ଧେଶିକା ଶ୍ରୀମତି ନିକିତା ଭଗାରୀୟା ଯୋଗ ଦେଇଥିଲେ । ସମୟ ଆସିଛି ଏବେ ଘରେ ରହି ନିଜ ନିଜର ବ୍ୟବସାୟ ଅନଲାଇନ ମାଧ୍ୟମ ରେ କରିପାରିବ । ଶେଷରେ ମିଳିଛି ଅନୁଷ୍ଠାନ ର ନିର୍ଦ୍ଧେଶିକା ଶ୍ରୀମତି ନିକିତା ଭଗାରୀୟା ସରପଞ୍ଚଙ୍କୁ ସମ୍ବର୍ଦ୍ଧନା କରିଥିଲେ । ଅନୁଷ୍ଠାନ ମିଜିଜି ତରଫରୁ ସମସ୍ତ କାରିଗର ମlନକୁ ଛତା ବଣ୍ଟନ ସହିତ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା । ଏହି କାଯ୍ୟକ୍ରମଙ୍କୁ ଆକାଶ ସ୍ୱାଇଁ ପରିଚାଳନା କରିଥିଲେ । ପୁରୀ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩୦/୭/୨୦୨୨ ----୮,୫୫   Sakhigopal News,30/7/2022

Blog Archive

Popular Posts