Breaking News

ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଶିକ୍ଷକ ଅମରେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି


ଡେଲାଙ୍ଗ -ଡେଲାଙ୍ଗ ବ୍ଲକ୍ ଧାନକେରା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ତଥା ଗୁଡୁପାଇଲୋ, ବ୍ରାହ୍ମଣ ତରବୋଇ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ସ୍ଵର୍ଗତ ଅମରେନ୍ଦ୍ର ପ୍ରଧାନ (ବାଇନ ସାର୍)ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗ ଦେଇ ତାଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ ଅବସରରେ ସ୍ଵର୍ଗତ  ପ୍ରଧାନଙ୍କ ସ୍ଵବାସଭବନ ବେରବୋଇ ଠାରେ ଆୟୋଜିତ ଆଧ୍ୟାତ୍ମିକ ଓ ସ୍ମୃତି ଚାରଣ କାର୍ଯ୍ୟକ୍ରମରେ ଡେଲାଙ୍ଗ ଷ୍ଟେସନ ସରସ୍ବତୀ ଶିଶୁ ମନ୍ଦିରର ସମ୍ପାଦକ କିଶୋର ପ୍ରଧାନ, ଗୁରୁଜୀ ସର୍ବେଶ୍ବର ବାରିକ, ଗୁରୁମା ଚିନ୍ମୟୀ ମହାପାତ୍ର,ଶିକ୍ଷକ ନେତୃବୃନ୍ଦ ଦିଗମ୍ବର ରଥ,ସୂର୍ଯ୍ୟ ନାରାୟଣ ସେଠୀ, ସୁରେନ୍ଦ୍ର ନାୟକ,ପବିତ୍ର ମୋହନ ଜେନା, ପୂର୍ଣ୍ଣଚନ୍ଦ୍ର ସାହୁ, ସିଆରସିସି ପବିତ୍ର ପଣ୍ଡା, କ୍ଷେତ୍ରବାସୀ ଆଳୁକ, ଶିକ୍ଷକ ଅଭୟ ଚରଣ ସାହୁ, ଫକିର ଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ସ୍ଵର୍ଗତ ପ୍ରଧାନଙ୍କ ସ୍ମୃତି ଚାରଣ ପୂର୍ବକ ସେହି ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ  ଶିକ୍ଷାବିତ୍ କୁନ୍ତଳା ବିଶ୍ବାଳ, ପ୍ରଧାନ ଶିକ୍ଷୟିତ୍ରୀ କଳ୍ପନା ବିଶ୍ବାଳ,ପୂର୍ବତନ ସମିତି ସଭ୍ୟ ରାଜେଶ ବିଶ୍ବାଳ, ବେରବୋଇ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କାମିନୀ ପ୍ରଭା ବେହେରା, ଶିକ୍ଷକ ପ୍ରକାଶ ଚନ୍ଦ୍ର ସାହୁ, ଶିକ୍ଷୟିତ୍ରୀ ଶର୍ମିଷ୍ଠା ପଣ୍ଡା ଓ ଗ୍ରାମବାସୀ ଶ୍ରାଦ୍ଧବାର୍ଷିକୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।। ଏହି ଅବସରରେ ପୁତ୍ର ଆଦର୍ଶ ଭରଦ୍ୱାଜ ଓ ପତ୍ନୀ ଟୁକୁନୀ ମହାପାତ୍ର ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ପ୍ରକାଶ ଥାଉକି ଗତ ୨୦୨୫ ନିର୍ବାଚନ ସମୟରେ ତାଙ୍କର ହୃଦଘାତରେ ଆକସ୍ମିକ ମୃତ୍ୟୁ ବରଣ ହେତୁ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଥିଲା।ଶିକ୍ଷକ ସହ ଜଣେ ଚିତ୍ରକର ଭାବେ ମଧ୍ୟ ସେ ପରିଚିତ ଥିଲେ।।ପ୍ରକାଶ ଥାଉକି ‌ସ୍ଵର୍ଗତ ଅମରେନ୍ଦ୍ର ପ୍ରଧାନଙ୍କ ପିତା ସ୍ଵର୍ଗତ ରମା ପ୍ରଧାନ ମଧ୍ୟ ଜଣେ ବିଶିଷ୍ଟ ଚିତ୍ରକର ଭାବେ ସ୍ଥାନୀୟ ଅଂଚଳରେ ବେଶ୍ ଜଣାଶୁଣା ଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୦/୫/୨୦୨୫---୯,୪୫ Sakhigopal News,20/5/2025

Blog Archive

Popular Posts