ଡବଲ୍ ମର୍ଡର ଘଟଣାରେ ଆଉ ତିନି ଗିରଫ
Three more arrested in double murder case.
କଟକ-- କଟକ ଜିଲ୍ଲା ଆଠଗଡ଼, ତିଗିରିଆ ଥାନା ଭୀରୁଡ଼ାଗ୍ରାମରେ ଡବଲ୍ ମର୍ଡର ଘଟଣାରେ ଆଉ ତିନି ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କୁ କୋର୍ଟ ଚାଲାଣ କରିଛି ତିଗିରିଆ ପୋଲିସ୍ । ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ଜୀବନାନ୍ଦନ ମଲ୍ଲିକକୁ ପୁରୀ ସ୍ଵର୍ଗଦ୍ଵାର ନିକଟରୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ତିଗିରିଆ ପୋଲିସ୍ । ଏହି ଘଟଣାରେ ସଂପୃକ୍ତ ପାଞ୍ଚ ଜଣଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ଚାରି ଜଣଙ୍କୁ ଗିରଫ କରିଛି ତିଗିରିଆ ପୋଲିସ୍ । ଅନ୍ୟତମ ଅଭିଯୁକ୍ତ ଜିତେନ୍ଦ୍ର ମଲ୍ଲିକ ଏବେବି ଫେରାର୍ ଥିବା ବେଳେ ଖୁବ୍ ଶୀଘ୍ର ତାକୁ ଗିରଫ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ କହିଛନ୍ତି ଆଠଗଡ଼ sdpo ବିଜୟ କୁମାର ବିଶି।
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୨୩/୭/୨୦୨୨---୯,୦୦ Sakhigopal News,23/7/2022