Breaking News

ଦୁର୍ନୀତିର ଗନ୍ତାଘର ପାଲଟିଛି ଡମପଡା ଗୋଷ୍ଠୀ ଶିକ୍ଷା କାର୍ଯ୍ଯାଳୟ

The Dumpada Group Education Office has become a hotbed of corruption.

 କଟକ --- ସରକାରଙ୍କ ନୀତିନିୟମକୁ ଖୋଲା ଖୋଲି ଉଲଘଂନ କରାଯାଇଛି । ବେଆଇନ କାର୍ଯ୍ୟ କରୁଥିବାରୁ ଏ ବିଷୟରେ ସବିଶେଷ ସୂଚନା ପାଇଁ ଢ଼ଂସର ଗ୍ରାମ ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ,ଢ଼ଂସର ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ଜାମୁଡିହର କିଛି ତଥ୍ୟ ସୂଚନା ଅଧିକାର ଆଇନରେ ମଗାଯାଇଥିଲା । ଗତ ଜୁନ ମାସ ୦୪ ତାରିଖରୁ ତଥ୍ୟ ମଗାଯାଇଥିଲା । ନିୟମ ଅନୁଯାୟୀ ଏକ ମାସ ମଧ୍ୟରେ ମଗାଯାଇଥିବା ତଥ୍ୟ ପ୍ରଦାନ କରିବା କଥା । କିନ୍ତୁ ଏକ ମାସରୁ ଅଧିକ ସମୟ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଉକ୍ତ କାର୍ଯ୍ଯାଳୟ ତଥ୍ଯ ମିଳୁନାହିଁ । ଦରଖାସ୍ତକାରୀ ମାନେ କାର୍ଯ୍ଯାଳୟକୁ ବାରମ୍ବାର ଯାଇ ନିରାଶ ହୋଇ ଫେରୁଛନ୍ତି । କିନ୍ତୁ କିଛି ନିଦ୍ଦିଷ୍ଟ ଗୋଷ୍ଠୀଙ୍କୁ ଦରଖାସ୍ତ କରିବାର ୦୨/୦୩ ମଧ୍ୟରେ ଅନ୍ଯର ନିହାତି ବ୍ଯକ୍ତିଗତ ତଥ୍ୟ ପ୍ରଦାନ କରିବା ପାଇଁ ପଛାଉ ନାହାନ୍ତି । ଯାହାକି ତାଙ୍କର ଜୀବନ ପ୍ରତି ବିପଦ ସୃଷ୍ଟି କରିବା ସହିତ ସମାଜରେ ସମ୍ମାନ ହାନି ଘଟୁଛି । ପ୍ରଶ୍ନ ଉଠୁଛି ଏକା ପଞ୍ଚାୟତର କିଛି ନିଦ୍ଦିଷ୍ଟ ଗୋଷ୍ଠୀର ଲୋକଙ୍କୁ ୦୨/୦୩ ଦିନ ମଧ୍ୟରେ ତଥ୍ୟ ଯୋଗାଇ ଦିଆଯାଉଥିବା ବେଳେ ଆବେଦନକାରୀମାନଙ୍କୁ ପ୍ରାୟ ୪୫ ଦିନ ପାଖାପାଖି ହୋଇଥିଲେ ମଧ୍ୟ ତଥ୍ୟ ପାଇଁ ବାରମ୍ବାର ଫେରିବାକୁ ପଡୁଛି । ଜନସାଧାରଣଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ବିଦ୍ୟାଳୟର ତଥ୍ୟ ବିଭାଗୀୟ ଅଧିକାରୀ ପ୍ରଦାନ କରିବାରେ ବିଳମ୍ବ କରିବାର କାରଣ କ'ଣ ? କାର୍ଯ୍ଯାଳୟର କିଛି କର୍ମଚାରୀ ଉକ୍ତ ବେଆଇନ କାର୍ଯ୍ଯରେ ସଂପୃକ୍ତି ନାହାଁନ୍ତି ତ ? ଏହାର ଉପଯୁକ୍ତ ତଦନ୍ତ କରି ବେଆଇନ କାମକରୁଥିବା କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜନସାଧାରଣ ଦାବି କରିଛନ୍ତି ।
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୧୮/୭/୨୦୨୨

Blog Archive

Popular Posts