Breaking News

ନୟାଗଡ ଜିଲ୍ଲାରେ ସରକାରଙ୍କ ବିକାଶର ନଗ୍ନ ନମୁନା; ଗାଁକୁ ଗଲାନି ଆମ୍ବୁଲାନ୍ସ, ୨ କିମି ଭାର କରି ବୋହିଲେ କର୍ମଚାରୀ

Naked pattern of government development in Nayagarh district; Galani ambulance, carrying 2 km to the village, was carried by the staff

ନୟାଗଡ଼--- ନୟାଗଡ ଜିଲାରେ ସରକାରଙ୍କ ବିକାଶର ନଗ୍ନ ନମୁନା ଗାଁକୁ ରାସ୍ତା ନଥିବାରୁ ଯାଇ ପାରିଲା ନାହିଁ ଆମ୍ବୁଲାନ୍ସ। ବିକାଶର ଡିଣ୍ଡିମ ପିଟୁଥିବା ସରକାର ଗାଁକୁ ରାସ୍ତା ନଥିବା ଯୋଗୁ ଭାରରେ ବୁହା ହେଉ ଛନ୍ତି ରୋଗୀ
। ଯାହାକୁ ନେଇ ରୋଗୀଙ୍କୁ ୨ କିମି ଏକ ଖଟିଆରେ ଭାର କରି ବୋହିଛନ୍ତି ଆମ୍ବୁଲାନ୍ସ କର୍ମଚାରୀ। ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲା ଦଶପଲ୍ଲା ବ୍ଲକର ଆଦିବାସୀ ବହୁଳ ଚଡେୟାପଲ୍ଲୀ ପଂଚାୟତର ମୁଜୁରୁବାଡି ଗ୍ରାମରେ। ମିଳିଥିବା ସୂଚନା ଅନୁଯାୟୀ ଗ୍ରାମର କିଶୋର ଚନ୍ଦ୍ର କହଁରଙ୍କ ପତ୍ନୀ ସେବତୀ କହଁର କିଛି ଦିନ ଧରି ଜ୍ବରରେ ଆକ୍ରାନ୍ତ ଥିଲେ। ମାତ୍ର ଆଜି ଗୁରୁତର ହୋଇ ପଡିବାରୁ ପରିବାର ଲୋକ ୧୦୮ ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ। ହେଲେ ଗାଁକୁ ରାସ୍ତା ନଥିବା ହେତୁ ପ୍ରାୟ ୨କିମି ଦୂରରେ ଆମ୍ବୁଲାନ୍ସଟି ରହିଥିଲା। ଆମ୍ବୁଲାନ୍ସ ଡ୍ରାଇଭର ରାକେଶ ମହାନ୍ତି, ହେଲପର୍ ରତ୍ନାକର ମହାନ୍ତି ଏବଂ ଇଏମ୍ଟି ସୁଧାଶୁଂ ଶେଖର ଜାନୀ ଚାଲିଚାଲି ଗାଁରେ ପହଁଚିଥିଲେ। ଶେଷରେ ଖଟିଆକୁ ଭାରକରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବା ପରେ ସେଠାରୁ ଗାଡି ଯୋଗେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଣି ଭର୍ତ୍ତି କରିଥିଲେ। ମାତ୍ର ବଡକଥା ହେଉଛି ରାଜ୍ୟରେ ଯୋଜନା ପରେ ଯୋଜନା କାର୍ଯ୍ୟକାରୀ ହୋଇ ଚାଲିଥିବା ବେଳେ ଏଭଳି ଆଦିବାସୀ ବହୁଳ ଅନେକ ଉପାନ୍ତ ଗ୍ରାମକୁ ରାସ୍ତା ଖଣ୍ଡେ ନିର୍ମାଣ ହୋଇପାରୁନି। ଫଳରେ ଜରୁରୀକାଳୀନ ପରିସ୍ଥିତିରେ ରୋଗୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ସରକାରୀ ଯୋଜନା ପ୍ରତି ବାସ୍ତବରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୧/୭/୨୦୨୧----୯,୩୦  Sakhigopal News,21/7/2022

Blog Archive

Popular Posts