ବିଜ୍ଞାନ ଶିକ୍ଷକଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ସଭା
Science Teacher's Retirement Promotion Meeting
ଓଡ଼ଗାଁ:- ଓଡ଼ଗାଁ ବ୍ଳକ ସୁନାମୁହିଁ ସରକାରୀ ପଂଚାୟତ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ପବିତ୍ରମୋହନ ମିଶ୍ରଙ୍କୁ ଆଜି ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ମହାପାତ୍ରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସଭାରେ ଦୀର୍ଘ ୪୦ବର୍ଷର ଶିକ୍ଷକତା ଜୀବନର ଅନୁଭବକୁ ଉପସ୍ଥିତ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନଙ୍କୁ କହିଥିଲେ ବିଦାୟୀ ଶିକ୍ଷକ । ଗୁରୁ ଶିଷ୍ୟ ପରମ୍ପରାର ଏକ ଅନାବିଳ ସମ୍ପର୍କ ଅନୁଭବ ହେଉଥିଲା ବୋଲି ଛାତ୍ରଛାତ୍ରୀ ମାନେ ସେମାନଙ୍କ ବକ୍ତବ୍ଯରେ ସୂଚନା ଦେଇଥିଲେ। କାର୍ଯ୍ଯକ୍ରମରେ କୁରାଳ ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ରାମେଶ୍ଵର ପଣ୍ଡା, କୁରାଳ ନୋଡାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ଦୀପକ କୁମାର ସାହୁ, ସାମ୍ବାଦିକ ଗଣେଶ୍ୱର ସାହୁ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ। ଶିକ୍ଷକ ପ୍ରଶାନ୍ତ କୁମାର ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲା ବେଳେ ସ୍ୱର୍ଣ୍ଣଲତା ସାହୁ, ପ୍ରକାଶ ଚନ୍ଦ୍ର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଓଡ଼ଗାଁ ରୁ ଦିଲ୍ଲୀପ୍ କୁମାର ବିଶୋଇ ଙ୍କ ରିପୋର୍ଟ,୩୦/୭/୨୦୨୨---୧୦,୩୫ Sakhigopal News,30/7/2022