Breaking News

ସତ୍ୟବାଦୀ ସେବା ଟ୍ରଷ୍ଟର ପ୍ରଥମ କାର୍ଯ୍ୟକାରିଣୀ ବୈଠକ

 First Executive Meeting of Satavast Seva Trust.


ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଛକ ନିକଟରେ ଥିବା ସ୍ୱର୍ଣ୍ଣ ମଣ୍ଡପ ପରିସରରେ ସତ୍ୟବାଦୀ ସେବା ଟ୍ରଷ୍ଟର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଇନଜୀବୀ ଇମାବଲ୍ଲଭ ମହାପାତ୍ର ଅଧ୍ୟକ୍ଷତା କରିଥିଲେ ।ମୁଖ୍ୟ ଅତିଥି ଭାବେ ପୂର୍ବତନ ଏମସ ମେଡିକାଲର ପ୍ରଫେସର ଡକ୍ଟର ଅଶୋକ କୁମାର ମହାପାତ୍ର ଯୋଗ ଦେଇ ଉପସ୍ଥିତ ଥିବା ଟ୍ରଷ୍ଟର ବିଭିନ୍ନ କର୍ମକର୍ତ୍ତା ମାନଙ୍କୁ ଉପଦେଶ ଦେବା ସହିତ ସତ୍ୟବାଦୀର ବିଭିନ୍ନ ଅଞ୍ଚଳର ଜନସାଧାରଣଙ୍କୁ ଏଥିରେ ସାମିଲ କରିବା ପାଇଁ କହିଥିଲେ । ବିଶେଷ କରି ଶିକ୍ଷା, ସ୍ୱାସ୍ଥ୍ୟ ଓ ଆଧ୍ୟାତ୍ମିକ ସୃଷ୍ଟି କରିବା ପାଇଁ ଏକ ଫଣ୍ଡ କରିବା ପାଇଁ ପରାମର୍ଶ ଦେଇଥିଲେ । ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟରେ ଅଳିଆ ଅବଜ୍ଜନା ଗଦା ହେଉଥିବା  ସେଠାରେ ନିର୍ମିତ ପଞ୍ଚସଖା ମଣ୍ଡପକୁ ତୁରନ୍ତ ବ୍ଳକ ଛକ ନିକଟରେ ସ୍ଥାପନ କରିବା ପାଇଁ ଟ୍ରଷ୍ଟ ପକ୍ଷରୁ ଉଦ୍ଦ୍ୟମ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିବା ଜଣାପଡିଛି ।  ଅନ୍ୟତମ ଅତିଥି ଭାବେ  ପୁରୀ ଆଇନଜୀବୀ ସଂଘର ପୂର୍ବତନ ସଭାପତି ପୁଷ୍କର ମହାପାତ୍ର, ଟ୍ରଷ୍ଟର ସଭାପତି ରାମ ଶଙ୍କର ନନ୍ଦ , ସୁଦର୍ଶନ ପ୍ରଧାନ, ଉପସ୍ଥିତ ରହିଥିଲେ । ଟ୍ରଷ୍ଟର ସମ୍ପାଦକ ତଥା ଆଇନଜୀବୀ ସୁଶାନ୍ତ କୁମାର ରଥ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।  ରିତା ତ୍ରିପାଠୀ, ଟିକିନା ମିଶ୍ର, କାଜଲ ପ୍ରଧାନ, ନୀଳକଣ୍ଠ ବାରିକ, ପ୍ରଶାନ୍ତ ରଥ, ଉର୍ମିଳା ପ୍ରଧାନ ବିଜୟ କୁମାର ପରିଡା, ପ୍ରଫୁଲ କୁମାର ପଣ୍ଡା, କାଜଳ ମହାପାତ୍ର, ସନ୍ତୋଷ ବେହେରା ମଞତଚୁଳା ପ୍ରଧାନ, ସୌଦାମିନି ରଥ ପ୍ରମୁଖ ଉପସ୍ଥିତ ରହିଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୧/୭/୨୦୨୨----୫,୨୦    

Sakhigopal News and Photo, 31/7/2022

Blog Archive

Popular Posts