ପେଟ୍ରୋଲ ରେ ପାଣି; ଗ୍ରାହକଙ୍କ ଉତ୍ତେଜନା
Water in petrol; Consumer excitement
ଭଞ୍ଜନଗର - ପେଟ୍ରୋଲ ରେ ମିଶିଛି ପାଣି । ଗାଡ଼ିରେ ପକାଇ ଗ୍ରାହକ ହେଲେ ହଟହଟା । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ର ଗାଙ୍ଗପୁର ପେଟ୍ରୋଲ ପମ୍ପ ରେ ଏଭଳି ପାଣି ମିଶାଇ ପେଟ୍ରୋଲ ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି କିଛି ଗ୍ରାହକ । ଏନେଇ ପେଟ୍ରୋଲ ପମ୍ପ ଆଗରେ କିଛି ସମୟ ପର୍ଯ୍ୟନ୍ତ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା । ରବିବାର ଦିନ କିଛି ଚାରିଚକିଆ ଓ ମୋଟର ସାଇକେଲ ରେ ପେଟ୍ରୋଲ ପକାଇଥିବା ଗ୍ରାହକଙ୍କ ନଜରକୁ ଆସିଥିଲା ଏଭଳି ଘଟଣା । ଗାଡ଼ିରେ ପେଟ୍ରୋଲ ପକାଇଥିବା ଗ୍ରାହକ ମାନଙ୍କ ଗାଡ଼ି କିଛି ରାସ୍ତା ଯିବା ପରେ ଗାଡିରେ ତ୍ରୃଟି ଦେଖାଦେଇଥିଲା । ଗାଡ଼ି ଚାଲିନଥିଲା । ଗୋଟିଏ ପରେ ଗୋଟିଏ ଗାଡ଼ିରେ ଏଭଳି ସମସ୍ୟା ଦେଖାଦେବାର ପରେ ଜଣା ପଡିଥିଲା ।ପରେ ଜଣାପଡ଼ିଥିଲା ପେଟ୍ରୋଲ ରେ ପାଣି ମିଶିଛି । ପରେ ସବୁତକ ଗାଡ଼ି ଗାଙ୍ଗପୁର ପେଟ୍ରୋଲ ପମ୍ପ ରେ ପହଞ୍ଚି ପ୍ରତିକ୍ରିୟା ପ୍ରକାଶ କରିବା ସହ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା । ଏ ସଂକ୍ରାନ୍ତରେ ପେଟ୍ରୋଲ ପମ୍ପ ମାଲିକ କିମ୍ବା ମ୍ୟାନେଜର ଙ୍କ ପକ୍ଷରୁ କୈାଣସି ସ୍ପଷ୍ଟୀକରଣ ମିଳି ପାରିନଥିଲା । ପେଟ୍ରୋଲ ରେ ପାଣି ମିଶିବା ଘଟଣା ଏବେ ସ୍ଥାନୀୟ ଗ୍ରାହକଙ୍କ ମହଲରେ ପେଟ୍ରୋଲ ପମ୍ପ ରେ ଦିଆଯାଉଥିବା ପେଟ୍ରୋଲ କୁ ନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ପେଟ୍ରୋଲ ର ଚଢ଼ାଉ ଦର ଗ୍ରାହକଙ୍କ ଚିନ୍ତା ବଢାଇ ଦେଇଥିବା ବେଳେ ପାଣି ମିଶାଇ ପେଟ୍ରୋଲ ଏବେ ପେଟ୍ରୋଲ ପମ୍ପ ର ସ୍ବଚ୍ଛତା ଉପରେ ସନ୍ଦେହ ସୃଷ୍ଟି କରିଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୮/୭/୨୦୨୨---- ୮,୧୦ Sakhigopal News,18/7/2022