Breaking News

ଶେଷ ହେଲା "ମା ଭଗବତୀ "ଙ୍କ ନବାଦୀନାତ୍ମକ ଯାତ୍ରା

 


ଜଟଣୀ :-ସ୍ଥାନୀୟ ଲୋକ କଲୋନୀରେ ଶେଷ ହେଲା "ମା ଭଗବତୀ "ଠାକୁରାଣୀଙ୍କ ନବଦିନାତ୍ମକ ଯାତ୍ରା l ପ୍ରତ୍ୟକ ବର୍ଷ ଭଳି ଚଳିତ ବର୍ଷ ଜ୍ୟେଷ୍ଠ ମାସରେ ପାଳିତ ହୋଇଆସୁଛି "ମା ଭଗବତୀ "ଙ୍କ ଯାତ୍ରା l ଏହି ଯାତ୍ରା ଦକ୍ଷିଣାଞ୍ଚଳ ତେଲୁଗୁ ସମ୍ପ୍ରଦାୟ ର ମହା ଯାତ୍ରା ଅଟେ l ଦୀର୍ଘ ୭୦ ବର୍ଷରୁ ଉର୍ଦ୍ଧ ହେବ ଏହି ଯାତ୍ରା ମହା ଆଡମ୍ବରରେ ପାଳିତ ହୋଇଆସୁଅଛି l "ମା ଭଗବତୀ ' ଏକ ପ୍ରତ୍ୟକ୍ଷ ଠାକୁରାଣୀ ବୋଲି ବିଶ୍ବାସ ରହିଛି l ଜ୍ୟେଷ୍ଠ ମାସର ପ୍ରଥମ ସୋମବାର ଦିନ ମଧ୍ୟ ରାତ୍ରରେ "ମା'ଙ୍କ ଯାତ୍ରା ଅନୁଷ୍ଠିତ ପାଇଁ ନିମନ୍ତ୍ରଣ ନିମନ୍ତେ ବାଜା, ମହୁରୀ, ଘଣ୍ଟ ଘଣ୍ଟା ବଜାଇ "ମା' ଙ୍କ ମନ୍ଦିରକୁ ଯାଇଥାନ୍ତି l ରାତି ଉଜାଗର ପୂଜା ଅର୍ଚନା ପରେ"ମା"ସନ୍ତୁଷ୍ଟ ହୋଇ ମଥାରୁ ଫୁଲ ଖସିବା ପରେ ମଙ୍ଗଳବାର ପ୍ରତ୍ୟୁଷରୁ ସେହି ଫୁଲକୁ ଆଣି ଅସ୍ଥାୟୀ ମନ୍ଦିରରେ ସ୍ଥାପନା କରାଯାଇ ନଅ ଦିନ ଧରି ପୂଜାପାଠ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଯାତ୍ରା ଅନୁଷ୍ଠିତ ହୋଇଥାଏ l ଏହି ନଅ ଦିନ ପରିବାର ମଧ୍ୟରେ ଥିବା ସ୍ନେହଶ୍ରଦ୍ଧାର ପ୍ରତୀକ ସ୍ୱରୂପ ପରିବାର ସଦସ୍ୟ ଦୂରଦୂରାନ୍ତରେ ଥିଲେ ମଧ୍ୟ ଏହି ଯାତ୍ରା ସମୟରେ ସମସ୍ତେ ଘରକୁ ଆସି ଏକାଠି ହୋଇ ଆନନ୍ଦ ଉଲ୍ଲାସ ରେ "ମା' ଙ୍କ ଯାତ୍ରାରେ ସାମିଲ ହୋଉଥାନ୍ତି l "ମା'  ଙ୍କ ପାଖରେ ଯେଉଁ ଭକ୍ତ ନିଜର ମାନସିକ ପୂରଣ ନିମନ୍ତେ "ମା' ଙ୍କ ପାଖରେ ମାନସିକ ରଖନ୍ତି ମାନସିକ ପୂରଣ ପରେ ମାନସିକଧାରୀ ମାନେ ଏହି ଯାତ୍ରା ସମୟରେ ନିଜ ନିଜର ସକ୍ଷମ ଅନୁଯାଇ ଖାଦ୍ୟ ପ୍ରସାଦ ବଣ୍ଟନ ସହ ବିଭିନ୍ନ ଦେବଦେବୀଙ୍କ ବେଶ ଧାରଣ କରି 'ମା'ଙ୍କ ମେଲାଣି ଉତ୍ସବରେ "ମା'ଙ୍କ ସହ ନଗର ପରିକ୍ରମା କରି "ମା' ଙ୍କ ଜନ୍ମ ବେଦିରେ ଛାଡି ଆସନ୍ତି l ଆର ବର୍ଷକୁ ଏହି ଦିନକୁ ଅପେକ୍ଷା କରିଥାନ୍ତି।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୪/୫/୨୦୨୫---୧୧,୧୦ Sakhigopal News,14/5/2025

Blog Archive

Popular Posts