ଶାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବୃକ୍ଷରୋପଣ କାର୍ଯ୳କ୍ରମ
Tree plantation program by Shah Charitable Trust
ବାଙ୍କୀ----ଶାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କଟକ ଜିଲ୍ଲା ବାଙ୍କୀ ଡମପଡା ଆଞ୍ଚଳିକ କଲେଜ ପରିସରରେ ବୃକ୍ଷ ରୋପଣ କରାଯାଇଛି । ଜୀବଜଗତ, ପକ୍ଷୀସୁରକ୍ଷା ସହିତ ପରିବେଶ ସନ୍ତୁଳନ କୁ କିପରି ବଜାୟ ରଖାଯାଇ ପାରିବ ଏଭଳି ଲକ୍ଷ୍ୟ ରଖି ପ୍ରାୟ ୨ ଶହ ଆମ୍ବ ଚାରା ରୋପଣ କରାଯାଇଛି । ଏହା ସହିତ ରାଜ୍ୟ ସରକାରଙ୍କୁ ଟ୍ରଷ୍ଟ ର ମୁଖ୍ୟ ଜୀବନ ବାବା ଅନୁରୋଧ କରିଛନ୍ତି ଯେ ସହରାଞ୍ଚଳ ରେ ଯେଉଁ ମାନଙ୍କୁ ଘର କରିବା ପାଇଁ କର୍ତ୍ତୁପକ୍ଷ ଅନୁମତି ଦେଉଛନ୍ତି । ସେମାନଙ୍କ ପାଇଁ ନିୟମ ହେବା ଉଚିତ୍, ଯେ ପ୍ରତ୍ୟେକ ହିତାଧିକାରୀ ନିଜର ଶକ୍ତି ଅନୁସାରେ ବୃକ୍ଷ ନିଜ ଘର ଚାରି ପାର୍ଶ୍ଵରେ ଲଗାଇବେ। ଏବଂ ଏଥିପାଇଁ ଜନସାଧାରଣଙ୍କୁ ଉତ୍ସାହିତ କରିବା ଆବଶ୳କ। ଏହା ଦ୍ୱାରା ସମାଜ ର ଉପକୃତ ହେବ ଏବଂ ପ୍ରକୃତି ପରିବେଶ ମଧ୴ ଏହାର ସନ୍ତୁଳନ ବଜାୟ ରଖିବାରେ ସକ୍ଷମ ହୋଇପାରିବ। ଆଜିର କାର୍ଯ୍ୟକ୍ରମରେ ଡମପଡା କଲେଜ ର ପ୍ରିନ୍ସପାଲ୍ ଚିତ୍ତରଞ୍ଜନ ରଣାଙ୍କ ସହିତ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ତଥା,ଛାତ୍ର ଛାତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।
କଟକ ଜିଲ୍ଲା ପ୍ରତିନିଧି ମୃତୁ୳ଞୟ ପ୍ରଧାନଙ୍କ ରିପୋର୍ଟ,୨୭/୭/୨୦୨୨----୯,୫୦
Sakhigopal News,27/7/2022