Breaking News

ତିନି ସେନାର ବୀରତ୍ୱ ପରାକ୍ରମକୁ ସମ୍ମାନ ଜଣାଇ ତ୍ରିରଙ୍ଗା ଶୋଭାଯାତ୍ର



ସମ୍ବଲପୁର, ---  ପହଲଗାଁ ଆକ୍ରମଣର ପ୍ରତିଶୋଧ ଓ ଅପରେସନ ସିନ୍ଦୁର ଜରିଆରେ ଆତଙ୍କୀ ଉପରେ ଭାରତର ବିଜୟ ଓ ତିନି ସେନାର ବୀରତ୍ୱ ପରାକ୍ରମ କୁ ନେଇ ପଡିଆବାହାଲ ଠାରେ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଭାରତ ର ସୁରକ୍ଷା ରେ ପ୍ରତ୍ୟେକ ନାଗରୀକ ଏହି ବାର୍ତ୍ତା ନେଇ  ତ୍ରିରଙ୍ଗା ଯାତ୍ରା ମାଧ୍ୟମରେ ଲୋକଙ୍କୁ ଅବଗତ କରାଇବା । ଏହି ଅବସରରେ ଭାରତୀୟ ସେନାର ମନବଳକୁ ଆହୁରି ଦୃଢ଼ କରିବା ଓ ଆମ ବୀର ଯବାନମାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ  ସନ୍ଧ୍ୟାରେ ପଧାନପାଲି ଶିଵ ମନ୍ଦିର ଠାରୁ ପଡିଆବାହାଲ ସାପ୍ତାହିକ ବଜାର ଠାରେ ଥିବା ନିର୍ମାଣଧୀନ ପଞ୍ଚମୁଖୀ ହନୁମାନ ମନ୍ଦିର ପର୍ଯ୍ୟନ୍ତ ଏକ ତ୍ରିରଙ୍ଗା  ଶୋଭାଯାତ୍ରା" ଅନୁଷ୍ଠିତ ହୋଇଯାଇଛି। ସମଗ୍ର ଅଞ୍ଚଳବାସୀଙ୍କ  ତରଫରୁ ଆୟୋଜିତ ଏହି ଶୋଭାଯାତ୍ରାକୁ ଅଞ୍ଚଳର ନାରୀନେତ୍ରୀ ଟିକି ପ୍ରଧାନ ଓ ସମାଜସେବୀ ଡାକ୍ତର ରାଜାରାମ ଷଡ଼ଙ୍ଗୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଯୁବ ସମାଜସେବୀ କପିଳ ପ୍ରଧାନଙ୍କ ନେତୃତ୍ୱ ଓ  ନରେଶ ପ୍ରଧାନଙ୍କ ସଂଯୋଜନା ରେ ଦୁର୍ଗେସ ସାହୁ, ସୁଧାଂଶୁ ମହାପାତ୍ର,ଗୋକୁଳା ନନ୍ଦ ସାହୁ ପଦ୍ମଲୋଚନ ସାହୁ, ବରୁଣ ସାହୁ, ବିପିନ ପ୍ରଧାନ, ଫକୀର ମୋହନ ବଡ଼ପଣ୍ଡା, ମୁନା ମହାନନ୍ଦ, ବିଜୟ କୁମାର ନାୟକ, ସୁଜଳ କୁମାର ସାହୁ, ଟଙ୍କଧର ଭୋଇ ପ୍ରମୁଖ ସାମିଲ ହୋଇଥିଲେ। ସମ୍ବଲପୁର ରୁ ରାଜାରାମ ଷଡ଼ଙ୍ଗୀ,୧୬/୫/୨୦୨୫---୧୧,୪୫ Sakhigopal News,16/5/2025

Blog Archive

Popular Posts