Breaking News

ଅଙ୍ଗନବାଡି କେନ୍ଦ୍ରକୁ ଗ୍ୟାସ ଯୋଗାଣରେ ଅନିୟମିତତା, ରୋଷେଇ କାର୍ଯ୍ୟରେ ବ୍ୟତିକ୍ରମ

Irregularity in gas supply to Anganwadi Centre, exception in cooking.

ନୟାଗଡ----- ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅଞ୍ଚଳରେ ଥିବା ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ସରକାର ଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଗ୍ୟାସ ଯୋଗାଣ ରେ ବ୍ୟପକ ଅବ୍ୟବସ୍ଥା ଦେଖାଦେଇଛି। ଫଳରେ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ଛୋଟ ଛୋଟ ପିଲାଙ୍କ ପାଇଁ ଯେଉଁ ରୋଷେଇ ବ୍ୟବସ୍ଥା ରହିଛି ଏହା ବ୍ୟକ୍ତିକ୍ରମ ଦେଖାଦେଇଛି। ଜାଳ କାଠର ଅସୁବିଧା ଓ କେନ୍ଦ୍ରରେ ଧୂଆଁ ପ୍ରଦୂଷଣହେଉ ଥିବାରୁ ଏହାକୁ ଗୁରୁତ୍ୱ ଦେଇ ସରକାରଙ୍କ ପକ୍ଷରୁ ପ୍ରତି ଅଙ୍ଗନବାଡି କେନ୍ଦ୍ରକୁ ଗ୍ୟାସ ବ୍ୟବସ୍ଥା କରାଯାଇଛି । ତେବେ ଖଣ୍ଡପଡ଼ା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଦ୍ଵାରା ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ରକୁ
ଚାରିମାସ ପୂର୍ବେ ଏକ ଗ୍ୟାସ ଓ ଚୁଲା ଯୋଗାଇଦିଆ ଯାଇଥିଲା । କିନ୍ତୁ ଏହି ଗ୍ୟାସ ଏବେକେନ୍ଦ୍ର ମାନଙ୍କରେ ସରି ଯାଇଥିବାବେଳେ କେନ୍ଦ୍ର ରେ ରୋଷେଇ ବ୍ୟବସ୍ଥା କିପରି ହେବ ଏବେ ଅଙ୍ଗନବାଡି କର୍ମୀ ଓ ସହାୟିକା ଚିନ୍ତାରେ। ଏହି ଗ୍ୟାସ ସମ୍ପର୍କରେ ଖଣ୍ଡପଡ଼ା ସିଡିପିଓ ଙ୍କୁ କର୍ମୀମାନେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ସିଡିପିଓ କୌଣସି ପଦକ୍ଷେପ ନ ନେଇ ନିରବ ଦ୍ରଷ୍ଟା ରହିଛନ୍ତି।ଖଣ୍ଡପଡ଼ା ଅଞ୍ଚଳରେ ଥିବା କିଛି ଅଙ୍ଗନବାଡି କେନ୍ଦ୍ରକୁ ଦୁଇଟି ଗ୍ୟାସ ସିଲିଣ୍ଡର ଦିଆ ଯାଇ ଥିଲେ ମଧ୍ୟ ଆଉ କିଛି ଅଙ୍ଗନବାଡ଼ି କେନ୍ଦ୍ର କୁ ଗୋଟିଏ ମାତ୍ର ଗ୍ୟାସ ସିଲିଣ୍ଡର ଦେଇ କାମ ସାରି ଦେଇଛନ୍ତି ସିଡିପିଓ। ଏହି ଗ୍ୟାସ ଅନିୟମିତତା ଖଣ୍ଡପଡ଼ା ଅଞ୍ଚଳରେ କେବେ ସୁଧୁରିବ ଓ କେନ୍ଦ୍ର ଗୁଡିକୁ କେବେ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯିବଏହା ଦେଖୀ ବାକୁ ବାକି ରହିଲା। ଘଟଣା ସମ୍ପର୍କରେ ଖଣ୍ଡପଡ଼ା ସିଡିପିଓ ଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ଆମ ପ୍ରତିନିଧି, କିନ୍ତୁ ଫୋନ ଉଠାଇ ନଥିଲେ ସିଡିପିଓ। ନୟଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୩୧/୭/୨୦୨୨, ୯,୪୦    Sakhigopal News,31/7/2022

Blog Archive

Popular Posts