Breaking News

କାଜୁ ବଗିଚାରୁ ଦନ୍ତାହାତୀ ର ଦାନ୍ତ କାଟିନେବା ଅଭିଯୋଗ ରେ ଜଣେ ଗିରଫ

A man has been arrested for cutting the teeth of a cashew nut farmer

ଭଞ୍ଜନଗର - ଜଗନ୍ନାଥପ୍ରସାଦ ବନାଞ୍ଚଳର କନ୍ଧନୂଆଁପଲ୍ଲୀ ଗାଁ ନିକଟ କାଜୁ ବଗିଚାରୁ ଦନ୍ତାହାତୀ ର ମୃତଦେହ ଉଧାର କରିଥିଲା ବନବିଭାଗ । କେବଳ ସେତିକି ନୁହେଁ , ମୃତ ହାତୀର ଦାନ୍ତ କୁ କୈାଣସି ଦୁର୍ବୃତ୍ତ କାଟି ନେଇଥିବା ସେ ସମୟରେ ଜଣାପଡିଥିଲା । ଏହି ଘଟଣାରେ ସଂପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରିଛି ବନବିଭାଗ ।  ଗିରଫ ଅଭିଯୁକ୍ତ କନ୍ଧନୂଆଁପଲ୍ଲୀ ଗାଁ ର ନାରାୟଣ ରାଉତ ବୋଲି ଜଣାପଡିଛି । ଦାନ୍ତ କାଟି ନେବା ଘଟଣାର ମୁଖ୍ୟ ଅଭିଯୁକ୍ତ କୁ ଧରିବାପାଇଁ  ଏବେବି ଚଢ଼ାଉ ଜାରି ରଖିଛି ବନବିଭାଗ । 
ଗତ ୨୦ ତାରିଖ ରେ ହାତୀ ମୃତ୍ୟୁ ଘଟଣା ଜାଣିବାକୁ ପାଇଥିଲା ବନବିଭାଗ । ଯଦିଓ ହାତୀ ମୃତ୍ୟୁ ଘଟଣାର ପ୍ରକୃତ କାରଣ ବ୍ୟବଛେଦ ରିପୋର୍ଟ ଓ ତଦନ୍ତ କୁ ଅପେକ୍ଷା କରିଛି ବନବିଭାଗ ।  ତଥାପି  ଶିକାରୀ ଙ୍କ ଦ୍ଵାରା ବିଛାଯାଇଥିବା ବିଦ୍ୟୁତ ଆଘାତ କାରଣରୁ ମୃତ୍ୟୁ ହୋଇଥିବା ସାଧାରଣରେ ଆଲୋଚନା ହେଉଛି । ଘଟଣା ଦିନ ମୃତଦେହ କୁ ବ୍ୟବଛେଦ କରାଯାଇଥିଲା । ପରବର୍ତ୍ତୀ ସମୟରେ ଦାୟିତ୍ଵ ରେ ଅବହେଳା ପାଇଁ  ବେଲଗୁଣ୍ଠା ସେକ୍ସନ ବନପାଳ ଓ ବି.ଡି.ପୁର ବିଟ୍ ବନରକ୍ଷୀ ଙ୍କୁ ନିଲମ୍ବନ କରାଯାଇଛି  । ଏବେ ଅପେକ୍ଷା , ହାତୀ ମୃତ୍ୟୁ ର ପ୍ରକୃତ କାରଣ ଓ ମୃତ ହାତୀ ର ଦାନ୍ତ କାଟି ନେଇଥିବା ମୁଖ୍ୟ ଅଭିଯୁକ୍ତ କୁ ଗିରଫ । ଲୁଟ୍ ଦାନ୍ତ କୁ ଉଧାର କରିବା ବନବିଭାଗର ଆଗାମୀ ପଦକ୍ଷେପ । ଏଥିରେ ବନବିଭାଗ ସଫଳତା ପାଉଛି କି ନାହିଁ ସମୟହିଁ କହିବ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୭/୭/୨୦୨୨---୯,୨୦ 
Sakhigopal News,27/7/2022

Blog Archive

Popular Posts