ୟୁ ବି ହାଇ ସ୍କୁଲରେ କାରର୍ଗିଲ୍ ବିଜୟ ଦିବସ ପାଳିତ
Cargill Victory Day was celebrated at U B High School.
ଭଞ୍ଜନଗର- ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ରେ କାରର୍ଗିଲ୍ ବିଜୟ ଦିବସ ପାଳିତ ହୋଇଯାଇଛି । ଏନ ସି ସି ଆର୍ମି ଅଫିସର (2 ଓଡିଶା ବିନ ଏନସିସି) ଶ୍ୟାମା ପ୍ରସାଦ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାରର୍ଗିଲ୍ ବିଜୟ ଦିବସ ପାଳିତ ହୋଇଯାଇଛି । ଏନସିସି କ୍ୟାଡେଟ ମାନଙ୍କ ଦ୍ଵାରା ସମ୍ପର୍କିତ ଚିତ୍ର, ସ୍ଲୋଗାନ, ପ୍ରବନ୍ଧ ପ୍ରତିଯୋଗିତା ସହ ଆଲୋଚନାଚକ୍ର କରିଯାଇଥିଲା । ଏହା ସହିତ ଗ୍ରୀଟିଙ୍ଗ କାର୍ଡ ପ୍ରତିଯୋଗିତା( ଆଜାଦି କି ଅମୃତ ମହୋତ୍ସବ ଉପଲକ୍ଷେ ) ଏବଂ ଜାତୀୟ ସଂହତି ସଂପର୍କିତ ଆଲୋଚନା କରାଯାଇଥିଲା । ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ "ଜୟ ଯବାନ " ଏବଂ ଆର୍ମୀ ଅଫିସର୍ ଶ୍ରୀ ମିଶ୍ର " ଶହୀଦ ଯବାନ୍ ଅମର ରହେ " ନାରା ଦେଇଥିଲେ । ତତ୍ ସହିତ ଏନ୍ ସି ସି କ୍ୟାଡେଟ୍ ମାନଙ୍କୁ ଚାରା ବଣ୍ଟନ କରିଥିଲେ । ଉକ୍ତ କାର୍ଯ୍ୟ କ୍ରମରେ ଏନ ସି ସି ଏୟାର ଅଫିସର ପ୍ରଶାନ୍ତ କୁମାର ପ୍ରଧାନ, ସ୍କାଉଟ ମାଷ୍ଟର ଶଙ୍କର ପ୍ରସାଦ ପଟ୍ଟନାୟକ , କଲେଜ ସିନିଅର ଜଗନ୍ନାଥ ପ୍ରଧାନ, ପ୍ରତିମା ରାଉତ, ଏକ୍ସ କ୍ୟାଡେଟ ଶୁଭମ୍ ପ୍ରଧାନ , ରାଜ୍ କୁମାର ବିଷୋୟୀ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୬/୭/୨୦୨୨---୭,୪୦ Sakhigopal News,26/7/2022