Breaking News

ମଟରସାଇକେଲ ଉପରକୁ ଡେଇଁଲା ମାଙ୍କଡ ; ସ୍ବାମୀ - ସ୍ତ୍ରୀ ଆହତ

The monkey jumped on the motorcycle; Husband and wife injured
ଭଞ୍ଜନଗର- ସ୍ଥାନୀୟ ଥାନା ଅନ୍ତର୍ଗତ ବୁଦୁଲି ଗ୍ରାମ ନିକଟରେ ମଟର ଉପରକୁ ମାଙ୍କଡ ଡେଇଁ ପଡ଼ିବାରୁ  ବାଇକ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ବାଇକ୍ ରେ ବସିଥିବା ସ୍ବାମୀ ଓ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତ ମାନେ ହେଲେ ଭଞ୍ଜନଗର ଥାନା ଅନ୍ତର୍ଗତ ଗୁଣ୍ଡରିବାଡି ଗ୍ରାମର ସୁରେଷ ପ୍ରଧାନ ଓ ବାସନ୍ତି ପ୍ରଧାନ । ସୁରେଶ ତାଙ୍କ ସ୍ତ୍ରୀ  ବାସନ୍ତି ଦୁହେଁ ମିଶି ବାଇକ୍ ଯୋଗେ କୌଣସି କାମରେ ଭଞ୍ଜନଗର ରୁ ନିଜ ଗାଁ ଗୁଣ୍ଡରିବାଡି କୁ ଫେରୁଥିଲେ ।  ବୁଦୁଲି ଗାଁ ନିକଟରେ ରାସ୍ତା କଡ଼ରୁ ଡିଆଁ ମାରିଥିଲା ଗୋଟିଏ ମାଙ୍କଡ । ଫଳରେ ବାଇକ୍ ରେ ଧକ୍କା ହେବାରୁ ଉଭୟ ସ୍ବାମୀ ଓ ସ୍ତ୍ରୀ  ମଟରସାଇକେଲ ରୁ ଛିଟିକି ପଡ଼ିଥିଲେ ।   ଫଳରେ ସ୍ତ୍ରୀ ବାସନ୍ତି ଙ୍କ ମୁଣ୍ଡ ରେ ଆଘାତ ଲାଗିଥିବା ବେଳେ ,ସ୍ବାମୀ ସୁରେଶ ଙ୍କ ଦେହର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା । ସ୍ଥାନୀୟ ଲୋକେ ଉଭୟଙ୍କୁ ଆହତ ଅବସ୍ଥାରେ ଉଧାର କରି , ୧୦୮ ଆମ୍ବୁଲାନ୍ସ ଯୋଗେ  ଭଞ୍ଜନଗର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ବେହେରାଙ୍କ ରିପୋର୍ଟ,୨୪/୭/୨୦୨୨----- ୮,୫୦  Sakhigopal News,24/7/200 

Blog Archive

Popular Posts