ବିଜୁଜନତା ଦଳ ଗଠନର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ,ଚାରାରୋପଣ
ଭଞ୍ଜନଗର-- ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ , ସ୍ଥାନୀୟ ବିଧାୟକ ତଥା ମାନ୍ୟବର ବାଚସ୍ପତି ବିକ୍ରମ କେଶରୀ ଆରୁଖ ଙ୍କ ନେତୃତରେ ଭଞ୍ଜନଗରରେ ଚାରାରୋପଣ କାଯ୍ୟକ୍ରମ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଗୋପବନ୍ଦୁ ମହାପାତ୍ରଙ୍କ ସହଯୋଗରେ କରାଯାଇଥିଲା । ବିଜ୍ଞାପିତ ଅଞ୍ଚଳ ପରିଷଦର ନିବାହୀ ଅଧିକାରୀ ଆତୁଶୋଷ ଗୈାରବ କର , ଇଂ.ସୁଶାନ୍ତ କୁମାର ସାହୁ , ଚିନ୍ଦାନନ୍ଦ ସ୍ବାଇଁ,ଉପେନ୍ଦ୍ର ପ୍ରଧାନ,ସମାଜସେବୀ ଶୂଳପାଣି ଶତପଥୀ, କଦ୍ଧମାଳ ସଂସାଦ ଙ୍କ ଭଞ୍ଜନଗର ନଗର ପ୍ରତିନିଧି ପଞ୍ଚାନନ ପାଳ ଙ୍କ ସମେତ ସମସ୍ତ ଓ୍ବାର୍ଡର କାଉସିଲର ଓ ବ୍ଲକର ବିଜୁ ଜନତା ଦଳର କର୍ମୀମାନେ ଉପସ୍ଥିତ ରହିଥିଲେ । ୩୦ରୁ ଉର୍ଦ୍ଧ୍ବ ଚାରାରୋପଣ କରାଯାଇଥିଲା । ବିଜୁ ଜନତା ଦଳ ଗଠନ ହେବାର ୨୫ ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମ କରାଯାଇଥିବା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଶ୍ରୀ ମହାପାତ୍ର କହିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୯/୭/୨୦୨୨----- ୯,୪୦ Sakhigopal News,29/7/2022