ସତ୍ୟବାଦୀରେ ଜିଲ୍ଲା ସ୍ତରୀୟ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ଆଲେଚନା ଚକ୍ର
Analysis cycle of district level primary school teachers union in Satyavast
ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବୀରଗୋବିନ୍ଦପୁର ହାସଇସ୍କୁଲ ପରିସରରେ ରବିବାର ପୁରୀ ଜିଲ୍ଲା ସ୍ତରୀୟ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ଆଲୋଚନଚକ୍ର ଓ ସାମ୍ବିଧାନିକ ସମ୍ମଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଆଲେଚନା ଚକ୍ରରେ ଶୀର୍ଷକ ରହିଥିଲା ସାମ୍ପତିକ ସ୍ଥିତିରେ ପ୍ରାଥମିକ ଶିକ୍ଷା । ଏହି ଆଲେଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ଯୋଗ ଦେଇ ରାଜ୍ୟ ସରକାରଙ୍କ ଶିକ୍ଷା ନୀତିକୁ ସ୍ୱାଗତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଓଷ୍ଟାର ରାଜ୍ୟ ଉପସଭାପତି ପ୍ରଦୀପ କୁମାର ପ୍ରଧାନ, ସୁରଜମଲ୍ଲ ଶାହା କଲେଜର ପ୍ରାଧ୍ୟାପକ ସୁରେନ୍ଦ୍ର କୁମାର ଜେନା, ସତ୍ୟବାଦୀ ବ୍ଳକର ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ସଭାପତି ଅଜୟ କୁମର ପ୍ରଧାନ, ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସଂଘର ରାଜ୍ୟ ସଭାପତି ବହ୍ମାନନ୍ଦ ମହାରଣା, ରାଜ୍ୟ ସାଧାରଣ ସମ୍ପାଦକ ବିଭୁ ପ୍ରସାଦ ସାହୁ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କ ଶିକ୍ଷା ନୀତିକୁ ବିରୋଧ କରିବା ସହ , ଶିକ୍ଷକ ନିଯୁକ୍ତି ଦାବି ପାଇଁ ମତ ପ୍ରକାଶ ପାଇଥିଲା । ବିଶେଷ କରି ସଂଗଠନକୁ ସୁଦୃଢ଼ କରିବା ସହ ଶିକ୍ଷକ ଏକତା ଜିନ୍ଦାବାଦ ନାରା ଦିଆଯାଇଥିଲା । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସତ୍ୟବାଦୀ ବ୍ଳକର ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ଉପସଭାନେତ୍ରୀ ସୁଜାତା ଦେବୀ । ଶିକ୍ଷକ ନେତା ସୁନିଲ କୁମାର ବେହେରା, ଆଲୋକ କୁମାର ମିଶ୍ର, ଲେଭାମଣି ପ୍ରଧାନ, ସୁମନ୍ତ କୁମାର ପାଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଫଟୋନଂ୬୯୯୧ ଜିଲ୍ଲାର ସମସ୍ତ ବ୍ଳକର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗ ଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୭/୨୦୨୨---୮,୪୦ Sakhigopal News, 24/7/2022