ବିବାହିତା ମହିଳାଙ୍କ ମୃତଦେହ ଉଧାର
Rescue the body of a married woman
ଭଞ୍ଜନଗର--ଗାଙ୍ଗପୁରୁ ଥାନା ଅନ୍ତର୍ଗତ ଗାଙ୍ଗପୁର ସ୍ଥିତ ହାଟପଦା ସାହିରେ ବିବାହିତା ମହିଳାଙ୍କ ମୃତଦେହ ଉଧାର କରିଛି ପୋଲିସ । ମୃତ ମହିଳା ଜଣକ ହେଲେ ଅନୀତା ମଲ୍ଲିକ (୨୩) । ଘଟଣା ସ୍ଥଳରୁ ମୃତ ଦେହ କୁ ଜବତ କରିଛି ପୋଲିସ । ପୋଲିସ ପକ୍ଷରୁ ମିଳିଥିବା ସୂଚନା ପ୍ରକାରେ ମୃତ ମହିଳା ଙ୍କ ବାପଘର ନିକଟସ୍ଥ ଇନ୍ଧନପୁର ଗ୍ରାମରେ । ତାଙ୍କର ଗୋଟିଏ ୩ ବର୍ଷର ଝିଅ ରହିଛି । ତେବେ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତକଙ୍କ ବାପଘର ଲୋକେ । ଏ ସଂକ୍ରାନ୍ତରେ ମାମଲା ରୁଜୁ କରିବା ସହ ମୃତ ଦେହକୁ ଜବତ କରି ଶବ ବ୍ୟବଚ୍ଛେଦ କରିବା ସହ ତଦନ୍ତ ଚଳାଇଛି ଗାଙ୍ଗପୁର ଥାନା ପୋଲିସ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୪/୭/୨୦୨୨ ---୮,୪୫ Sakhigopal News,14/7/2022