ଆଦର୍ଶ ବିଦ୍ୟାଳୟରେ ବିଜୁ ଜନତା ଦଳର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ବୃକ୍ଷରୋପଣ
Tree planting at Adarsh Vidyalaya to mark Biju Janata Dal's 25th anniversary.
କଟକ -ଡ଼ମପଡ଼ା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଆଦର୍ଶ ବିଦ୍ୟାଳୟରେ ବିଜୁ ଜନତା ଦଳର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୋବିନ୍ଦପୁର ପଞ୍ଚାୟତ ର ପୂର୍ବତନ ସରପଞ୍ଚ ପ୍ରମୋଦ କୁମାର ସାହୁ ଅଧକ୍ଷତା କରିଥିଲେ । ସମାଜସେବୀ ତଥା ଡମପଡା ବ୍ଲକ ଉପସଭାପତି ପ୍ରକାଶ ଚନ୍ଦ୍ର ପ୍ରଧାନ ସଭା ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ୨୫ବର୍ଷର ବିକାଶର ଗୁଣଗାନ କରିବା ସହିତ ବିଜେଡି ଦଳର ୨୫ବର୍ଷ ପୂର୍ତ୍ତି ସଂପର୍କରେ ମତବ୍ୟକ୍ତ କରିଥିଲେ । ଡମପଡ଼ା ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଆଶିଷ କୁମାର ସାହୁ ଅନ୍ୟତମ ଅତିଥି ଭାବେ ଯୋଗଦେଇ ସୁସ୍ଥ ବାଙ୍କୀ, ସବୁଜ ବାଙ୍କୀ ନାରା ଦେଇଥିବା ପୂର୍ବତନ ବିଧାୟକ ଶ୍ରୀ ତ୍ରିପାଠୀଙ୍କ ସଂକଳ୍ପକୁ ଦୋହରାଇଥିଲେ । ବାଙ୍କୀ କେନ୍ଦ୍ର ୩୭ନମ୍ବର ଜୋନର ଜିଲ୍ଲାପରିଷଦ ସଭ୍ୟା ମିନତୀ ମହାପାତ୍ର ଅତିଥି ଭାବେ ଯୋଗଦେଇ ବିଜେଡିର ମହାନ ଚିନ୍ତାଧାରା ସଂପର୍କରେ କହିବା ସହ ସମସ୍ତେ ବୃକ୍ଷରୋପଣ ପାଇଁ ଶପଥ ନେବା ନିମନ୍ତେ ଅନୁରୋଧ କରିଥିଲେ । ଏଥିରେ ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ଆଶୁତୋଷ ସାମଲ, ଡମପଡ଼ା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲ୍ ,ଉପାଧ୍ୟକ୍ଷ ଗୀତାଞ୍ଜଳି ବେଉରା, ଆଇନ୍ଜୀବି ଗୌରୀଶଙ୍କର ନନ୍ଦ, ସ୍ଥାନୀୟ ସରପଞ୍ଚ ଜ୍ୟୋସ୍ନାରାଣୀ ଦାଶ, ପୂର୍ବତନ ସରପଞ୍ଚ ପ୍ରମୋଦ କୁମାର ସାହୁ, ଡମପଡ଼ା ବ୍ଲକ ଯୁବ ବିଜେଡି ସଭାପତି ଭାଗୀରଥି ପାଣି , ଛାତ୍ର ବିଜେଡି ସଭାପତି ଗୌରବ ବଳିୟାର ସିଂହ, ଗୋବିନ୍ଦପୁର ପଞ୍ଚାୟତ ବିଜେଡି ଉପସଭାପତି ବସନ୍ତ କୁମାର ଦାସ, , ମହେଶ୍ୱର ପ୍ରଧାନ, ଏମ୍.ବି.କେ ସ୍ୱର୍ଣ୍ଣଲତା ପରିଡା, ଶିକ୍ଷାବିତ୍ ବାଳକୃଷ୍ଣ କର, ଚଗଲି ପ୍ରଧାନ, ବାଙ୍କୀ ପ୍ରେସ କ୍ଲବ ଉପସଭାପତି ସମରେନ୍ଦ୍ର ମହାପାତ୍ର , ଶିବ ନାରାୟଣ ରାଉତ , ଭବାନୀ ଶଙ୍କର ପରିଡା , ଗୋବିନ୍ଦପୁର ପଂଚାୟତ ଛାତ୍ର ସଭାପତି ସୃତି ରଞ୍ଜନ ପ୍ରଧାନ କୁବେର ପ୍ରଧାନ ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୧୮/୭/୨୦୨୨---୧୦,୪୦ Sakhigopal News,18/7/2022