ଡେଲାଙ୍ଗରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ
ଡେଲାଙ୍ଗ--- ସକାଳୁ ସକାଳୁ ପିଲା ମାନେ ସଫା ସୁତରା ସ୍ଳୁଲ ଡ୍ରେସ ପୋଷାକ ପିନ୍ଦିବା ସହ ହାତରେ ଜାତୀୟ ପତକା ଧରି ବିଦ୍ୟାଳୟରେ ପହଞ୍ଚିଥିଲେ । ଡେଲାଙ୍ଗ ବ୍ଳକ ପରିସରରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରସନ୍ନ ସାହୁ ପତକା ଉତ୍ତୋଳନ କରିଥିବା ବେଳେ ଉପାଧ୍ୟକ୍ଷା ସ୍ୱପ୍ନା ବଳବନ୍ତରାୟ, ଏବିଡିଓ ପ୍ରଦୀପ୍ତ ନାୟକ, ମିଶନ ଶକ୍ତି ମହିଳା ମହାସଂଘର ସଂପାଦିକା ବାସନ୍ତୀ ସାହୁ, ସିଡିପିଓ, ବିଭିନ୍ନ ଜନ ପ୍ରତିନିଧି ଓ ବ୍ଳକ କର୍ମଚାରୀ ମାନେ ଉପସ୍ଥିତ ରହିଥିବା ବେଳେ ପାଖ ବିଦ୍ୟାଳୟର ଛ୍ରାତୀ ଛାତ୍ର ମାନେ ଯୋଗଦେଇଥିଲେ । ଡେଲାଙ୍ଗ କୋଠବାଡ ଗ୍ରାମ ପଞ୍ଚାୟତରେ ସ୍ଥାନୀୟ ସରପଞ୍ଚ ଓ ମୁନିଦା ଗ୍ରାମ ପଞ୍ଚାୟତର ସମିତିସଭ୍ୟ ଦୁର୍ଗା ଚରଣ ରାଉତରାୟ , ନିର୍ମଳ ପରିଡା ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କୁ ସାଧାରଣତନ୍ତ୍ର ଉପରେ ଉଦ୍ବୋଧନ ଦେଇଥିଲେ । ସେମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରଷ୍କାର ପ୍ରଦାନ କରିଥିଲେ । ଡେଲାଙ୍ଗ ବିଜେଡି ଦଳ ତରଫରୁ ଡେଲାଙ୍ଗ ହାଟ ବଜାର ଠାରେ ଲୋକନାଥ ବେହେରା, ପ୍ରସନ୍ନ କୁମାର ସାହୁ, ନବଘନ ପ୍ରଧାନ, କୁନା ମହାନ୍ତି ଓ ବସନ୍ତ ବେହେରା ପ୍ରମୁଖ ଉପସ୍ଥିତିରେ ପତାକା ଉତ୍ତୋଳନ କରାଯାଇଥିଲା । ଡେଲାଙ୍ଗ ହାଟ ବଜାର ବ୍ୟବସାୟୀ ସଂଘ , ବିଜେପି, କଂଗ୍ରେସ ଦଳ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଡେଲାଙ୍ଗ ଥାନାରେ ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକ , ରେଲୱ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ବିଦ୍ୟ ନିକେତନ, ଡେଲାଙ୍ଗ ତହସିଲ ଓ ସବ୍ରେଜିଷ୍ଟର କାର୍ଯ୍ୟାଳୟରେ ଜାତୀୟ ପତକା ଉତ୍ତୋଳନ କରାଯାଇଥିଲା । ମୁନିଦା ଗ୍ରାମ ପଞ୍ଚାୟତର ସରପଞ୍ଚ ସନ୍ଦ୍ୟାରାଣୀ ପରିଡା ଓ ପୂର୍ବତନ ସରପଞ୍ଚ ନରେନ୍ଦ୍ର ପରିଡା ବିଦ୍ୟାଳୟ ଓ ପଞ୍ଚାୟତ କାର୍ଯ୍ୟାଳୟରେ ପତକା ଉତ୍ତୋଳନ କରିଥିଲେ । ସମସ୍ତ ପଞ୍ଚାୟତରେ ପଞ୍ଚାୟତ ଅଧିକାରୀ , ସରପଞ୍ଚ ଓ ସମିତିସଭ୍ୟସଭ୍ୟା ଓ ୱାର୍ଡସଭ୍ୟସଭ୍ୟା ମାନେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ କରିଥିଲେ । ବେରବୋଇ ଗାନ୍ଦୀ ସ୍ମୁତି ପୀଠରେ ଗାନ୍ଦୀ ସେବାସଂଘ ସ୍ମାରକି ସମିତି , ଆମ ଡେଲାଙ୍ଗ ଓ କସ୍ତୁରବା କେନ୍ଦ୍ର ପକ୍ଷରୁ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଥିଲା । ସେହିପରି ଡେଲାଙ୍ଗ ବ୍ଳକରେ ଥିବା ସମସ୍ତ ଶିକ୍ଷା ଅନୁଷ୍ଠାନ, କ୍ଳବ, ବ୍ୟବସାୟୀ ସଂଘର ଓ ବିଭିନ୍ନ ବଜାର ଅଞ୍ଚଳର କର୍ମକର୍ତ୍ତା ମାନେ ଜାତୀୟ ପତକା ଉତ୍ତୋଳନ କରିଥିଲେ । ସେହିପରି ବିଭିନ୍ନ ସରକାରୀ ବେସରକାରୀ ଶିକ୍ଷା ଅନୁଷ୍ଠାନ, ମହାବିଦ୍ୟାଳୟ, କ୍ଳବ, ସ୍ୱେଚ୍ଚସେବୀ ଅନୁଷ୍ଠାନ, ବ୍ୟବସାୟୀ ପ୍ରତିଷ୍ଠାନ ଓ ତେଇଶିପୁର ଠାରେ ଉତ୍କଳମଣି ଗୋପବନ୍ଧୁ ସାମ୍ବାଦିକ ସଂଘ ପକ୍ଷରୁ ତେଇଶିପୁର ସମିତିସଭ୍ୟ ଧରଣୀ ଧର ସାହୁ ସାଧାରଣତନ୍ତ୍ର ଦିବସ ଅବସରରେ ଜାତୀୟ ପତକା ଉତ୍ତୋଳନ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
![]() |
Delang |