ପୋଷ୍ଟ ଅଫିସ ଛକ ବ୍ୟବସାୟୀ ସଂଘର ଗଣେଶ ପୂଜା ପ୍ରସ୍ତୁତି ବୈଠକ ଓ ବୃକ୍ଷରୋପଣ
ଜଟଣୀ ---ଜଟଣୀ ଏକ ଐତିହାସିକ ଏବଂ ବାଣିଜ୍ୟକ ପୁରାତନ ସହର। ଏହି ସହର ଓଡିଶା ପ୍ରସିଦ୍ଧ ଗଣେଶ ପୂଜା ଲାଗି ଖ୍ୟାତି ଅର୍ଜନ କରିଛି। ବିଗତ ୨ବର୍ଷ ହେଲା ମହାମାରୀ କୋରନା ଯୋଗୁଁ ପ୍ରସିଦ୍ଧ ଗଣେଶ ପୂଜା କେବଳ ବିଧି ପାଳନ କରିବା ପାଇଁ ନିରାଡ଼ମ୍ବର ସହିତ କରାଯାଇଥିଲା। ଚଳିତ ବର୍ଷ ଏହି ପ୍ରସିଦ୍ଧ ପୂଜାକୁ ଆହୁରି ସରସ ସୁନ୍ଦର କରିବା ପାଇଁ ପୋଷ୍ଟ ଅଫିସ ଛକ ବ୍ୟବସାୟୀ ସଂଘ ତରଫରୁ ଏକ ପ୍ରସ୍ତୁତି ବୈଠକ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଅଗଷ୍ଟ ମାସ ୩୧ତାରିଖରେ ଗଜାନନଙ୍କ ଏହି ପୂଜା ଧୁମଧାମରେ ପାଳନ କରାଯିବ। ସ୍ଥାନୀୟ ମୋ ଜଟଣୀ ପାର୍କ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗତ ବର୍ଷର ପୂଜା କାର୍ଯ୍ୟକ୍ରମର ଆୟବ୍ୟୟ ହିସାବ ପ୍ରଦାନ କରାଯାଇଥିଲା । ଚଳିତ ବର୍ଷ ଗଜାନନ ଙ୍କ ପୂଜା କିପରି ଜାକଜମକରେ କରାଯିବ ସେ ନେଇ ବ୍ୟବସାୟୀ ସଂଘର ସଭାପତି ହେମନ୍ତ କୁମାର ସୁନ୍ଦରାୟଙ୍କ ଅଧ୍ୟକ୍ଷତାରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ସମ୍ପାଦକ ମାନସ କୁମାର ମିଶ୍ର, ନିର୍ମଳ ଅଗ୍ରୱାଲ, ବାଲକ୍ରୀଷ୍ଣା ଅଗ୍ରୱାଲ, ନିମେଇ ଚରଣ ଦାସ, ଏମଡି. ଜାଫର ନୁର, ମୁକ୍ତି ମିଶ୍ର ବ୍ୟତୀତ ଅନ୍ୟମାନେ ଉପସ୍ଥିତ ଥିଲେ । ଏହା ବ୍ୟତୀତ ବୈଠକ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବଜାରର ବଳିଷ୍ଠ ବ୍ୟବସାୟୀ ଭାଇମାନେ ମିଳିତ ହୋଇ ପରିବେଷର ସୁରକ୍ଷା ପାଇଁ ବୃକ୍ଷ ରୋପଣ କରିଥିଲେ ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୪/୭/୨୦୨୨-----୮,୫୦ Sakhigopal News,24/7/2022