ହାତୀ ମୃତ୍ୟୁ ଘଟଣା ., ବିଭାଗୀୟ କାର୍ଯ୍ୟାନୁଷ୍ଠାନ , ୨ ବନପାଳ ୨ବନରକ୍ଷୀ ନିଲମ୍ବିତ
Elephant death incident, departmental action, 2 forest guards 2 forest guards suspended.
ଭଞ୍ଜନଗର-- ଦୁଇ ଦୁଇଟି ଦନ୍ତାହାତୀ ମୃତ୍ୟୁ ଘଟଣାରେ , କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ବନବିଭାଗ । କାର୍ଯ୍ୟ ରେ ଅବହେଳା ପାଇଁ ଦୁଇଜଣ ବନରକ୍ଷୀ ଓ ୨ ଜଣ ବନପାଳ ଙ୍କୁ ନିଲମ୍ବତ କରାଯାଇଛି । ପ୍ରକାଶ ଥାଉକି , ଜୁନ ୭ ତାରିଖ ରେ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ର ମୁଜାଗଡ ବନାଞ୍ଚଳ ଅନ୍ତର୍ଗତ ବନ୍ଧାଗୋଛା ଜଙ୍ଗଲରେ ଦନ୍ତାହାତୀର ମୃତ୍ୟୁ ହୋଇଥିଲା । ମୃତ ହାତୀ ର ଦାନ୍ତ କାଟି ନେଇଥିଲେ ଦୁର୍ବୃତ୍ତ । ଏହି ଘଟଣା ରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ହାତୀଦାନ୍ତ ଜବତ ହୋଇଥିଲା । ତେବେ କାର୍ଯ୍ୟରେ ଅବହେଳାକୁ ନେଇ , ସଂପୃକ୍ତ ବିଭାଗ ର ୨ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ସେମାନେ ହେଲେ ମୁଜାଗଡ ସେକ୍ସନର ବନପାଳ ସୁକାନ୍ତ କୁମାର ନାୟକ ଓ ବନରକ୍ଷୀ ଶ୍ରୀମନ ପ୍ରଧାନ । ସେହିପରି ଜଗନ୍ନାଥପ୍ରସାଦ ବନାଞ୍ଚଳର ବେଲଗୁଣ୍ଠା ସେକ୍ସନ ଅନ୍ତର୍ଗତ କନ୍ଧନୂଆଁପଲ୍ଲୀ ଗ୍ରାମ ନିକଟ କାଜୁଜଙ୍ଗଲରେ ଦନ୍ତାହାତୀର ମୃତ୍ୟୁ ଓ ମୃତ ହାତୀ ର ଗୋଟିଏ ଦାନ୍ତ କାଟି ନେଇଥିଲେ ଦୁର୍ବୃତ୍ତ । ଏହି ଘଟଣାରେ ମଧ୍ୟ କାର୍ଯ୍ୟରେ ଅବହେଳା ନେଇ ବନପାଳ ଓ ବନରକ୍ଷୀ ଙ୍କୁ ନିଲମ୍ବିତ କରା ଯାଇଛି । ସେମାନେ ହେଲେ ବେଲଗୁଣ୍ଠା ବନପାଳ ସୁରଭି ତ୍ରିପାଠୀ ଏବଂ ବନରକ୍ଷୀ ଧନୁର୍ଦ୍ଧର ବେହେରା। ଦୁଇ ସପ୍ତାହ ବ୍ୟବଧାନରେ ଦୁଇଟି ଦନ୍ତାହାତୀ ମୃତ୍ୟୁ ଘଟିଥିଲା । ଏନେଇ ବିଭନ୍ନ ମହଲରେ ଚର୍ଚ୍ଚା ହେଉଥିଲା । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୩/୭/୨୦୨୨--୯,୧୫
Sakhigopal News,23/7/2022