Breaking News

ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ଜନ୍ମ ଦିନରେ ରକ୍ତ ଦାନ ଶିବିର




ବରଗଡ଼ ---ପରମ ପୂଜ୍ୟ ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କରଜୀ ଙ୍କ ୭୦ତମ ଜନ୍ମ ଦିନ ଅବସର ରେ ଏକ ସତସଂଗ, ଗୁରୁ ପୂଜା ସହ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ବରଗଡ଼ ସ୍ଥିତ ସ୍ଵୟଂସିଦ୍ଧା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର କୁ ଆର୍ଟ ଅଫ ଲିଭୀଙ୍ଗ ବରଗଡ଼ ର ହିମାଂଶୁ ପଣ୍ଡା, ମଧୁ ଲାଠ ଅତିଥି ଭାବରେ ଯୋଗଦେଇ ଆନୁଷ୍ଠାନିକ ଭାବରେ ଶିବିର ର ଶୁଭାରମ୍ଭ କରିଥିଲେ। ଅତିଥି ଭାବରେ ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ ,ପ୍ରଶାନ୍ତ ବେହେରା ,ଅକୃର ମଲ୍ଲିକ ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିର ରୁ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୫୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ  ରକ୍ତା ଭାବ କୁ ଦୂର କରିବା ପାଇଁ ରକ୍ତ ଦାନ କରିଥିଲେ। ଏହି ଶିବିର କୁ ଅନୁପ ଦର୍ଜି, ଡାକ୍ତର ଅଶ୍ୱିନୀ ଭୋଇ, କ୍ଷିରୋଦ୍ର ସାହୁ,ଲୋକନାଥ ସାହୁ ଓ ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ସୁପରିଚାଳନା କରିଥିଲେ। ରକ୍ତ ଦାନ ଶିବିର ଆୟୋଜନ ପାଇଁ ଆର୍ଟ ଅଫ ଲିଭିଂଗ ପରିବାର ବରଗଡ କୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ ରକ୍ତ ଦାତା ବିଶେଷ କରି ପୁରା ଆର୍ଟ ଅଫ ଲିଭିଙ୍ଗ ପରିବାର କୁ ନିଷ୍ଠା ପରିବାର ତରଫ ରୁ ସାଧୁବାଦ ଜଣାଇଛନ୍ତି। ବରଗଡ଼ ରୁ ଭବାନୀ ଶଙ୍କର ପାଢ଼ୀ ଙ୍କ ରିପୋର୍ଟ,୧୫/୫/୨୦୨୫---୯,୪୫ Sakhigopal News,15/5/2025

Blog Archive

Popular Posts