Breaking News

ନିଉଜଗନ୍ନାଥରୋଡରୁ ସାଇକେଲ ଚୋରି କରି ନେବା ସମୟରେ ଧରାପଡିଲେ ଚାରି ଯୁବକ

Four youths were caught while stealing a bicycle from Niujgannathrod.


ସାକ୍ଷୀଗେ।।ପାଳ ----ସତ୍ୟବାଦୀ ଥାନା ଅନ୍ତର୍ଗତ ନିଉଜଗନ୍ନାଥରୋଡର ଆଳିସ ବଜାରର ନିକଟରେ ରାସ୍ତା କରରେ ଏକ ନୂଆ ସାଇକେଲ ଚୋରି କରୁଥିବା ସମୟରେ ଚାରିଜଣ ଯୁବକ ଧରାପଡି ଜେଲକୁ ଯାଇଥିବା ଜଣାପଡିଛି । ସତ୍ୟବାଦୀ ଥାନା ଅନ୍ତର୍ଗତ ଶୁକଳର ବଡପଡା ଗ୍ରାମର ସୁଶାନ୍ତ  ସେଠୀ ଏକ ନୂଆ ସାଇକେଲ ରାସ୍ତା କରରେ ଥୋଇ ଦେଇ ଜଣଙ୍କ ଘରକୁ ଯାଇଥିଲେ । ସେହି ସମୟରେ ପୁରୀରୁ ଓଡି, ୦୨, ବିଏଲ, ୫୯୯୬ଏକ କାରରେ ଚାରିଜଣ ଯୁବକ ଟାଙ୍ଗି ଯାଉଥିଲେ । ସେମାନଙ୍କ ନଜର ଏହି ସାଇକେଲ ଉପରେ ପଡିଥିଲା । ସାଇକେଲ ପାଖରେ କେହିନଥିବା ବେଳେ ନୂଆ ସାଇକେଲଟି ଥୁଆ ହୋଇଥବା ଦେଖି କାରରେ ଯାଉଥିବା ଯୁବକ ମାନେ ଗାଡି ଅଟକାଇଥିଲେ ।  ସାଇକେଲଟିକୁ  ଲଦିକି ନେବା ସମୟରେ ସୁଶାନ୍ତ ଏହା ଦେଖି ପାଟି କରିଥିଲା । ସୁଶାନ୍ତ ପାଟି ଶୁଣି ଲୋକମାନେ ରାସ୍ତା ଉପରେ କାରକୁ ଅଟକାଇ ଯୁବକ ମାନଙ୍କୁ ଉତ୍ତମରୂପେ ପୂଜା କରିବା ପରେପୋଲିସକୁ ଖବର ଦେଇଥିଲେ । ଖବର ପାଇ ସତ୍ୟବାଦୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକମାନଙ୍କ ଠାରୁ ଚାରିଜଣ ଯୁବକଙ୍କ ସହିତ କାରକୁ ଉଦ୍ଦାର କରି ଥାନାକୁ ନେଇଥିଲେ । ଘଟଣା ତଦନ୍ତ ପରେ ଶୁକଳ ବଡପଡା ଗ୍ରାମର ତୁଷାର ସେଠୀଙ୍କ ଅଭିଯୋଗ କ୍ରମେ ସତ୍ୟବାଦୀ ଥାନା କେସନଂ ୨୩୮/୨୨ରେ ଏକ ମାମଲା ରୁଜ କରି ଖୋର୍ଦ୍ଧା ଥାନା ଅନ୍ତର୍ଗତ ଟାଙ୍ଗ ଅଞ୍ଚଳର ସୋରନ ଗ୍ରାମର ମିଧୁନ ଦାସ, ରତନପୁର ଗ୍ରାମର ନିଲକଣ୍ଠ ଦାସ ଖୁର୍ଦ୍ଦୀ ଗ୍ରାମର ଅଜୟ ସାହୁ ଓ କୈଳାସ ସାହୁଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୧/୭/୨୦୨୨---୫,୧୫      

Sakhigopal News, 31/7/2022


Blog Archive

Popular Posts