ପୁଣି ନେଇଗଲେ ଦାନ୍ତ ; ଉତ୍ତର ଘୁମୁସର ବନଖଣ୍ଡ - ହାତୀମୃତ୍ୟୁ ର ନୂଆଁ କରିଡର୍
He took his teeth again; North Ghumusarkhand Forest - New Corridor of Hatimrityu.
ଭଞ୍ଜନଗର - ଦୁଇ ସପ୍ତାହ ବ୍ୟବଧାନରେ ଦୁଇଟି ଦନ୍ତାହାତୀ ମୃତ୍ୟୁ । ଗୋଟିଏ ଗୁଳିରେ ଆଉ ଏବେ ବିଦ୍ୟୁତ ରେ ବୋଲି କୁହାଯାଉଛି । ଉଭୟ ଘଟଣା ଭିନ୍ନଭିନ୍ନ ହେଲେବି , ତରିକା ଗୋଟିଏ । ଦୁର୍ବୃତଙ୍କ ଲକ୍ଷ , "ଦନ୍ତା ମାରି - ଦାନ୍ତ ନେବା" । ଅସୁରକ୍ଷିତ ହୋଇ ପଡ଼ିଛନ୍ତି ଗଜରାଜ । ବନଖଣ୍ଡ ପ୍ରତିଷ୍ଠା ହେବାଠାରୁ , ଯାହା ଏମିତି କେବେ ଦେଖିବାକୁ ମିଳିନଥିଲା । ଏବେ କିନ୍ତୁ ତାହା ଅନାୟସରେ ହେଉଛି । ଏ ହେଉଛି ଗଂଜାମ ଜିଲ୍ଲାର ସର୍ବବୃହତ ବନଖଣ୍ଡ । ଉତ୍ତର ଘୁମୁସର ବନଖଣ୍ଡ ରେ ହାତୀ ସୁରକ୍ଷାକୁ ନେଇ ବର୍ତ୍ତମାନର ସ୍ଥିତି ଭଲ ନାହିଁ। ଯାହାକି ମାତ୍ର ଦୁଇ ସପ୍ତାହ ବ୍ୟବଧାନରେ ଦୁଇଟି ଦନ୍ତାହାତୀ ର ମୃତ୍ୟୁ । ମୃତ ହାତୀଙ୍କ ଦାନ୍ତ କାଟି ନେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଗତକାଲି ପୁଣି ଏକ ଦନ୍ତାହାତୀ ର ମୃତ୍ୟୁ ହେବା ପରେ ଘଟଣାକୁ ନେଇ ବିଭିନ୍ନ ମହଲରେ ଭଂଜନଗର ଉତ୍ତର ଘୁମୁସର ବନଖଣ୍ଡ ପୁଣି ଚର୍ଚ୍ଚା କୁ ଆସିଛି । ବୁଧବାର ସଂଧ୍ୟାରେ ଜଗନ୍ନାଥପ୍ରସାଦ ବନାଞ୍ଚଳର , କନ୍ଧନୂଆଁପଲ୍ଲୀ ଗାଁ ନିକଟ କାଜୁ ବଗିଚାରୁ ମୃତଦେହ ଠାବ କରିଥିଲା ବନବିଭାଗ । ମୃତ ହାତୀ ର ଗୋଟିଏ ଦାନ୍ତକୁ କୈାଣସି ଦୁର୍ବୃତ୍ତ କାଟି ନେଇଛି । ଏହି ଘଟଣାରେ ବନବିଭାଗ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ।
ମାତ୍ର ଦୁଇ ସପ୍ତାହ ମଧ୍ୟରେ , ଉତ୍ତର ଘୁମୁସର ବନଖଣ୍ଡ ରେ ଏହା ଦ୍ବିତୀୟ ହାତୀ ମୃତ୍ୟୁ ଘଟିଛି ।
ତେବେ କୈ।ଣସି ଦୁର୍ବୃତ୍ତ ହାତୀର ଗୋଟିଏ ଦାନ୍ତ କାଟି ନେଇଥିବା ଦେଖବାକୁ ମିଳିଛି । ହାତୀ ର ମୃତ୍ୟୁ କୈାଣସି ବିଦ୍ୟୁତ ଆଘାତ ଜନିତ ହୋଇଥିବା ଚର୍ଚ୍ଚା ହେଉଥିବା ବେଳେ , ବିଭାଗୀୟ ଅଧିକାରୀ କିନ୍ତୁ କହିଛନ୍ତି ବ୍ୟବଛେଦ ରିପୋର୍ଟ ଓ ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ । ପ୍ରକାଶ ଥାଉକି ଗତ ୭ ତାରିଖ ସନ୍ଧ୍ୟାରେ ଏହି ବନଖଣ୍ଡର ମୁଜାଗଡ ବନାଞ୍ଚଳ ଅନ୍ତର୍ଗତ ବନ୍ଧାଗୋଛା ଜଙ୍ଗଲରେ ଦନ୍ତାହାତୀ ର ରକ୍ତ ଜୁଡୁବୁଡୁ ମୃତ ଦେହ ଠାବ କରିଥିଲା ବନବିଭାଗ । ଖାଲି ସେତିକି ନଥିଲା । ମୃତ ହାତୀ ର ଦୁଇଟି ଦାନ୍ତକୁ କାଟି ନେଇଥିଲେ ଦୁର୍ବୃତ୍ତ । ପରେ ବିଭାଗୀୟ ଚଢ଼ାଉ କରି ୩ ଜଣ ଶିକାରୀ ଗିରଫ ହେବା ସହ ଦୁଇଟି ହାତୀଦାନ୍ତ ଜବତ ହୋଇଥିଲା । ଏବେ ପୁଣି ସମାନ ଅବସ୍ଥା , ଜଗନ୍ନାଥପ୍ରସାଦ ବନାଞ୍ଚଳର କନ୍ଧନୂଆଁପଲ୍ଲୀ ଗାଁ ନିକଟ କାଜୁ ବଗିଚାରେ ହୋଇଛି । ଅବଶ୍ୟ ହତିଟି ର ମୃତ୍ୟୁ , କୈାଣସି ପଶୁ ଶିକାରୀ ଙ୍କ ଦ୍ଵାରା ହୋଇଥିବା ସନ୍ଦେହ କରାଯାଉଛି । ଏପରିକି ବାରହା ଶିକାର ପାଇଁ , ଦୁର୍ବୃତ୍ତ ମାନେ ବିଦ୍ୟୁତ ତାର ବିଛାଇଥିବା ବେଳେ , ସେଥିରେ ହାତୀର ମୃତ୍ୟୁ ହୋଇଥିବା ଗୁଜବ ହେଉଛି । କିନ୍ତୁ ବିଭାଗୀୟ ଅଧିକାରୀ କହିଛନ୍ତି , ବ୍ୟବଛେଦ ରିପୋର୍ଟ ଏବଂ ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବ । ବର୍ତମାନ ସୁଧା ଦୁଇଟି ହାତୀ ମୃତ୍ୟୁ ଘଟଣାର ତଦନ୍ତ ଓ ରିପୋର୍ଟ କେବେ ହେବ ଏବଂ ଉତ୍ତର ଘୁମୁସର ବନଖଣ୍ଡ ହାତୀମୃତ୍ୟୁ ମଡକରୁ କେବେ ତ୍ରାହୀ ପାଇବ ସେନେଇ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଓ ବନ୍ୟପ୍ରାଣୀ ପ୍ରେମୀ ମାନେ ଆଲୋଚନା କରୁଛନ୍ତି । ଆହୁରି ମଧ୍ୟ ଆଲୋଚନା ହେଉଛି , ଆଉ କେତେ ହାତୀ ଙ୍କ ମୃତ୍ୟୁ ହେଲେ ଏବଂ ହାତୀଦାନ୍ତ ତସ୍କର ଙ୍କ ଦ୍ଵାରା ଆଉ କେତେ ଦାନ୍ତ କଟା ହେଲେ ତଦନ୍ତ ରିପୋର୍ଟ ଆସିବ ଏବଂ କାର୍ଯ୍ୟାନୁଷ୍ଠାନ ହେବ । ତାହା ମଧ୍ୟ ଆଲୋଚନା ହେଉଛି । ଏଣୁ ଉତ୍ତର ଘୁମୁସର ବନଖଣ୍ଡ ରେ , ଆଗକୁ ଆଉ କିଛି ଅଘଟଣ ଘଟିବା ପୂର୍ବରୁ ବନବିଭାଗ ଓ ଉଚ୍ଚ କତୃପକ୍ଷ ଏବେଠୁ ସଜାଗ ହେବା ଜରୁରୀ ହୋଇଛି ବୋଲି କୁହାଯାଉଛି । ତା'ନହେଲେ ଆଗକୁ ହାତୀମୃତ୍ୟୁ ଘଟଣାର ବିସ୍ଫୋରକ ସ୍ଥିତି କୁ ଏଡ଼ାଇବା କାଠିକର ପାଠ ହୋଇପଡିବ ବୋଲି ଅନେକ ବୁଦ୍ଧିଜୀବୀ ମତ ରଖିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୧/୭/୨୦୨୨----୯,୪୦ Sakhigopal News,21/7/2022