ହରଦୂର୍ଗା ୟୁଥ କ୍ଳବ୍ ପକ୍ଷରୁ ବୃକ୍ଷରୋପଣ
Tree plantation by Hardurga Youth Club.
ବଳଙ୍ଗା -ବଳଙ୍ଗା ଥାନା ଅନ୍ତର୍ଗତ ଅଲାରପୁର ହରଦୂର୍ଗା ୟୁଥ କ୍ଳବ୍ ତରଫରୁ ହରଦୂର୍ଗା ମନ୍ଦିର ,ବଳଙ୍ଗା ଥାନା, ବଳଙ୍ଗା ମେଡ଼ିକାଲ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ, ପିପିଲି ଡେଲାଙ୍ଗ ସାମ୍ବାଦିକ ସଂଗଠନର ସଭାପତି ରାଜ କିଶୋର ସ୍ବାଇଁ, ବଳଙ୍ଗା ଥାନା ଅଧିକାରୀ,ବଳଙ୍ଗା ଡାକ୍ତରଖାନା ଭାରପ୍ରାପ୍ତ ଅଧିକାରୀ ଅଶୋକ କୁମାର ମିଶ୍ର ,ବଳଙ୍ଗା ମେଡ଼ିକାଲ ଫର୍ମାସିଷ୍ଟି ବସନ୍ତ କୁମାର ପ୍ରଧାନ ପ୍ରମୁଖ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିବା ସହ ବୃକ୍ଷକୁ ମା ଭଳି ଯତ୍ନ ନେବା ପାଇଁ ଶପଥ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଅସୁନୀ କୁମାର ସାହୁ, ଅଜୟ କୁମାର ମହାପାତ୍ର, ବାବୁଲି ଚନ୍ଦ୍ର ସାହୁ, ରାଜ କିଶୋର ମହାରଣା, ବିବେକାନନ୍ଦ ଷଢଙ୍ଗୀ, ସମ୍ବେଶ୍ବର ବିଶ୍ବାଳ, ସିକାନ୍ତ ସାହୁଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ବଳଙ୍ଗାରୁ ମନୋଜ କୁମାର ପ୍ରଧାନଙ୍କ ରିପୋର୍ଟ,୩୧/୭/୨୦୨୨----୯,୧୦ Sakhigopal News,31/7/2022