Breaking News

ସତ୍ଯବାଦୀରେ ତିନି ସେନାଙ୍କ ବୀରତ୍ୱକୁ ସମ୍ମାନ ଜଣାଇ ତ୍ରିରଙ୍ଗା ଶୋଭାଯାତ୍ରା

 
ସାକ୍ଷୀଗୋପାଳ ---- କାଶ୍ମିରୀ ଉପତ୍ୟକାର ପହଲଗାଁରେ ଆତଙ୍କବାଦୀ ବର୍ବର ଆକ୍ରମଣ ବିରୁଦ୍ଧ ଓ ତିନି ସେନାଙ୍କ ବୀରତ୍ୱକୁ ସମ୍ମାନ ଜଣାଇ  ସତ୍ଯବାଦୀ ରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶହ ଶହ ମହିଳା ପୁରୁଷ ହାତରେ ତ୍ରିରଙ୍ଗା ପତାକା ଧରି ସାକ୍ଷୀଗୋପାଳ ବସଷ୍ଟାଣ୍ଡଠାରୁ  ବଜାର ଦେଇ ସାକ୍ଷୀଗୋପୀନାଥଙ୍କ ମନ୍ଦିର ପର୍ଯ୍ୟନ୍ତ ଆସିଥିଲେ। ପୁରୀ ସାଂସଦ ଡ ସମ୍ବିତ ପାତ୍ର, ବିଧାୟକ ଓମ୍ ପ୍ରକାଶ ମିଶ୍ର  ,  ସତ୍ଯବାଦୀ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ , ଜିଲାପରିଷଦ ସଭ୍ଯ ରତିକାନ୍ତ ମିଶ୍ର  , ଜିଲାପରିଷଦ ସଭ୍ଯା ବିଷ୍ଣୁପ୍ରିୟା ବରାଳ, ଜୟପୁର ସମିତି ସଭ୍ଯ ଦିପକ ଶତପଥୀ  ,  ବିଶ୍ବନାଥ ପୁରୀ ସରପଞ୍ଚ ସର୍ବେଶ କୁମାର ଷଢଙ୍ଗି,  ପେଣ୍ଠପଡା ପଞ୍ଚାୟତ ର ସରପଞ୍ଚ ଚିନ୍ମୟ ରାଉତ  , ଜ୍ଯୋତିର୍ମୟୀ ରଥ  , ସତ୍ଯ ନାରାୟଣ ନାୟକ ଓ ମୂଳଅଳସା ପଞ୍ଚାୟତର ପୂର୍ବତନ ସରପଞ୍ଚ ଶଙ୍କର ପ୍ରଧାନ ପ୍ରମୁଖ ଏହି  ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହୋଇଥିବାର ଦେଖାଯାଇଥିଲା ।  ଆତଙ୍କ ବାଦ ବିରୁଦ୍ଧରେ ଅପରେଶନ ସିନ୍ଦୁର ବିଜୟକୁ ନେଇ   ବିଭିନ୍ନ ନାରା ଦେଇ ତ୍ରିରଙ୍ଗା ଯାତ୍ରା କରାଯାଇ ଥିଲା  । ତିନି ପ୍ରମୁଖ ସେନାବାହିନୀ  ଓ ପ୍ରଧାନମନ୍ତ୍ରୀଙ୍କ ଦ୍ରୁଢ ନେତୃତ୍ବ ପ୍ରତି ସମ୍ମାନ ପ୍ରଦର୍ଶନ କରାଯାଇ ଥିଲା  । ମନ୍ଦିର ନିକଟରେ ସମୁହ ଦିପଦାନ କରାଯାଇ ଥିଲା  । ମନ୍ଦିର ନିକଟରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ  ମାଲ୍ଯାର୍ପଣ କରାଯିବା ସହ ବନ୍ଦେ ମାତରମ୍  , ଭାରତମାତା କି ଜୟ ଓ ଉତ୍କଳଜନନୀ ଜୟଗାନ  ନାରା ଦେଇଥିଲେ    । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୬/୫/୨୦୨୫----୬,୨୫ Sakhigopal News,16/5/2025

Blog Archive

Popular Posts