Breaking News

ଖୋର୍ଦ୍ଧା ରେଳ ମଣ୍ଡଳ ସମସ୍ତ ବ୍ୟକ୍ତି ଙ୍କୁ ରେଳ ରୋକ ରୁ ନିବୃତ ରହିବା ପାଇଁ ଅନୁରୋଧ



ଜଟଣୀ --ଅନେକ ବରିଷ୍ଠ ନାଗରିକ, ରୋଗୀ, ପରୀକ୍ଷାର୍ଥୀ, ଦୈନିକ ଯାତ୍ରୀ, ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁଥିବା ଯାତ୍ରୀମାନେ ନିଜ ଗନ୍ତବ୍ୟ ସ୍ଥଳରେ ଆରାମରେ ପହଞ୍ଚିବା ପାଇଁ ଟ୍ରେନରେ ଯାତ୍ରା କରିଥାନ୍ତି। ଟ୍ରେନ୍ ଅବରୋଧ କରିବା ଉପରୋକ୍ତ ଯାତ୍ରୀମାନଙ୍କ ଉପରେ ଗୁରୁତର ପ୍ରଭାବ ପଡିଥାଏ ।

ଯଦିଓ ଯାତ୍ରୀବାହୀ ଟ୍ରେନ୍ ନିର୍ଦ୍ଧାରିତ ସମୟ ଅନୁଯାୟୀ ଚାଲୁଛି, କିନ୍ତୁ ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ନିୟମିତ ଯୋଗାଣ ପାଇଁ ସାମଗ୍ରୀ ଟ୍ରେନ୍ ଏବଂ ପାର୍ସଲ୍ ଏକ୍ସପ୍ରେସ ଟ୍ରେନ୍ ସବୁ ରେଳ ଟ୍ରାକ୍ ରେ କ୍ରମାଗତ ଭାବରେ ଚାଲୁଛି । ହାଇ ଭୋଲଟେଜ୍ ଓଭର ହେଡ୍ ଉପକରଣ / ବୈଦ୍ୟୁତିକ ଯୋଗାଣ ସବୁବେଳେ ଟ୍ରେନ୍ ଚଳାଚଳ ପାଇଁ ରହିଛି । ତେଣୁ ଟ୍ରାକ କିମ୍ବା ରେଳ ଲାଇନରେ ବାଧା ଦେବା ଏବଂ ଟ୍ରେସପାସିଂ ବିପଜ୍ଜନକ ଏବଂ ଏହାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଲୋକଙ୍କୁ ଟ୍ରେନ୍ ଟ୍ରାକରେ ବାଧା ନଦେବାକୁ ଶିକ୍ଷା ଦେବା ପାଇଁ ପ୍ରତ୍ୟେକ ମାଧ୍ୟମରେ ନିରନ୍ତର ସଚେତନତା ଅଭିଯାନ ଚାଲିଛି ।
ସଚେତନତା କାର୍ଯ୍ୟକ୍ରମ ସତ୍ତ୍ୱେ ଦେଖାଯାଉଛି ଯେ ଅନେକ ଥର ଲୋକମାନେ ନିଜ ଜୀବନକୁ ବିପଦରେ ପକାଉଛନ୍ତି । ସ୍ଥାନୀୟ ଦାବୀ ପୂରଣ ପାଇଁ ଟ୍ରେନ୍ ଲାଇନରେ ବାଧା ସୃଷ୍ଟି କରାଯାଉଛି। ରେଳ ଷ୍ଟେସନ ଏବଂ ଟ୍ରାକରେ ରେଳ ରୋକ ମଧ୍ୟ ରେଳ ସମ୍ପତ୍ତି ନଷ୍ଟ ହେବା, ଟ୍ରେନର ସମୟାନୁବର୍ତ୍ତୀତା ଏବଂ ଯାତ୍ରୀମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିଥାଏ। ଏହି କାର୍ଯ୍ୟ ନିଷେଧ ଏବଂ ରେଳ ନିୟମର(ରେଲୱେ ଆକ୍ଟ) ଧାରା 147 ଅନୁଯାୟୀ ଦଣ୍ଡନୀୟ ଅଟେ। ନିୟମ ଅନୁଯାୟୀ, ଟ୍ରାକକୁ ଅନଧିକୃତ ଭାବରେ କେହି ବାଧା ଦେବା ଉଚିତ୍ ନୁହେଁ । ଆଇନ ଅନୁଯାୟୀ ଅପରାଧୀଙ୍କୁ କୋର୍ଟ ଚାଲାଣ କରାଯିବ। ଏଭଳି ସଙ୍କଟ ପରିସ୍ଥିତିରେ ଲୋକଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ରେଳବାଇ ଚାହୁଁ ନାହିଁ।ତେଣୁ ଖୋର୍ଦ୍ଧା ରୋଡ଼ ର ମଣ୍ଡଳ ରେଳ ପ୍ରବନ୍ଧକ, ସମ୍ପୃକ୍ତ ସମସ୍ତ ବ୍ୟକ୍ତି ଙ୍କୁ ରେଳ ରୋକୋ ଏବଂ ରେଳ ଟ୍ରାକରେ ଆନ୍ଦୋଳନରୁ ନିବୃତ୍ତ ରହିବାକୁ ନିବେଦନ କରିଛନ୍ତି। ରେଳ ଚଳାଚଳ ଏବଂ ରେଳ ଉପଭୋକ୍ତା ମାନଙ୍କୁ ଉନ୍ନତ ସେବା ପ୍ରଦାନ କରିବାରେ ଦୟାକରି ରେଳବାଇକୁ ସାହାଯ୍ୟ କରିବାକୁ ସେ ଅନୁରୋଧ କରିଛନ୍ତି ।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୩/୭/୨୦୨୨---୯,୪୦
 Sakhigopal News,23/7/2022

Blog Archive

Popular Posts