କ୍ୱିଣ୍ଟାଲ ଲଡୁ ନିଲାମ କରି ଚର୍ଚ୍ଚାରେ ପୋଷ୍ଟ ଅଫିସ ଛକ ପୂଜା କମିଟି
ଜଟଣୀ :--ଓଡିଶା ପ୍ରସିଦ୍ଧ ଗଣେଶ ପୂଜା ଅବସରରେ ସ୍ଥାନୀୟ ପୋଷ୍ଟ ଅଫିସ ଛକ ବ୍ୟବସାୟୀ ସଂଘର ନିମନ୍ତ୍ରଣ ରକ୍ଷା କରି ଓଡ଼ିଶାର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଯୋଗଦେଇଥିଲେ l ପ୍ରଥମେ ପୂଜା ପେଣ୍ଡାଲ ଯାଇ ପ୍ରଭୁ ଗଜାନନଙ୍କୁ ଦର୍ଶନ କରି ଆଶ୍ରିବାଦ କାମନା କରିଥିଲେ । ପୋଷ୍ଟ ଅଫିସ ଛକ ପୂଜା ମଣ୍ଡପର ସୁନ୍ଦର ସାଜସଜ୍ଜା ସାଙ୍ଗକୁ ୨୦ ଫୁଟ ଉଚ୍ଚର ଗଜାନନଙ୍କ ମୁର୍ଣ୍ଣୟ ମୂର୍ତ୍ତି ଦର୍ଶନର ଭୁରି ଭୁରି ପ୍ରଶଂସା କରିଥଲେ ଏବଂ ଓଡିଶା ପ୍ରସିଦ୍ଧ ଗଣେଶ ପୂଜାରେ ସାମିଲ ହୋଇ ନିଜକୁ ଧନ୍ୟ ମନେ କରିଥିଲେ ବାଚସ୍ପତି ମହାଶୟାl ଉକ୍ତ ସଭାରେ ଭାରତୀୟ ତୈଳ ନିଗମର ନିର୍ଦ୍ଧେଶକ ଶ୍ରୀ ସୁଦୀପ୍ତ ରାୟ ଜଟଣୀ ଗଣେଶ ମହୋତ୍ସବ ର ବାଲ୍ୟକାଳର ଅନୁଭୂତି ସହ ଐତିହ୍ୟ, ସଂସ୍କୃତି, କଳା ତଥା ଅର୍ଥନୈତିକ ପ୍ରଭାବର ସ୍ମୃତି ଚାରଣ କରିଥିଲେ l ପରିଶେଷରେ ପୂଜା କମିଟିର ସଭାପତି ହେମନ୍ତ କୁମାର ସୁନ୍ଦରାୟ ପୂଜା କମିଟିର ନିମନ୍ତ୍ରଣ ରକ୍ଷା କରି ବାଚସ୍ପତି ମହୋଦୟା ଶ୍ରୀମତୀ ସୁରମା ପାଢୀ ଉପସ୍ଥିତ ହୋଇଥିବାରୁ ତାଙ୍କୁ କୃତଜ୍ଞତା ଜଣାଇଥିଲେ l ପୂଜା କମିଟିର ଆଉ ଏକ ବିଶେଶ୍ୱତ ୧ କ୍ୱିଣ୍ଟାଲ ଲଡୁ ନିଲାମ l ଏକଦଶୀ ତିଥିରେ ପ୍ରଭୁ ଗଜାନନଙ୍କ ନିକଟରେ ଉକ୍ତ ଲଡୁ ଭୋଗ ଲାଗି ହୋଇ ଭକ୍ତଙ୍କ ସର୍ବସମ୍ମୁଖରେ ଲଡ଼ୁର ନିଲାମ ଡକା ଆରମ୍ଭ ହୋଇଥିଲା l ଶେଷରେ ଆଇଟି. ଆର ର କମ୍ପୁଟର ମାଲିକ ପ୍ରକାଶ ଚନ୍ଦ୍ର ପଣ୍ଡା ୩୫୦୦ ଟଙ୍କାରେ ନିଲାମ ଡାକ ଦେଇ ଗଜାନନ ପ୍ରଭୃଙ୍କ ୧ କ୍ୱିଣ୍ଟାଲ ଲଡ଼ୁର ହକଦାର ହୋଇଥଲେ l ବିଶ୍ୱାସ ଅଛି ଯେଉଁ ବ୍ୟକ୍ତି ଗଜାନନଙ୍କ ଲଡୁ ନିଲାମ ଧରନ୍ତି ସେହି ବ୍ୟକ୍ତି ପ୍ରଭୁଙ୍କ ଆଶ୍ରିବାଦରେ ଜୀବନରେ ଉତ୍ତରତ୍ତର ଉନ୍ନତି ଲାଭ କରନ୍ତି l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୮/୯/୨୦୨୫----୯,୫୫ Sakhigopal News,18/9/2024
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୮/୯/୨୦୨୫----୯,୫୫ Sakhigopal News,18/9/2024