Breaking News

ସର୍ବଭାରତୀୟ ରେଳବାଇ ଠିକା କର୍ମଚାରୀ ସମନ୍ୱୟ ସମିତି ତରଫରୁ ୨୩ ଦଫା ଦାବୀ ନେଇ ଗଣଧାରଣା

23 demands from the All-India Railway Employees' Coordinating Committee.

ଜଟଣୀ ---ସର୍ବଭାରତୀୟ ରେଳବାଇ ଠିକା କର୍ମଚାରୀ ସମନ୍ୱୟ ସମିତି ତରଫରୁ  ଦିନିକିଆ ଗଣଧାରଣା ସ୍ଥାନୀୟ ଖୋର୍ଦ୍ଧାରୋଡ଼ ପୂର୍ବ ତଟ ପ୍ରବନ୍ଧକ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି। ରେଳବାଇ ଠିକାକର୍ମଚାରି ମାନଙ୍କ ୨୩ ଦଫା ଦାବୀ ସମ୍ମଳିତ ଏକ ସ୍ମାରକ ପତ୍ର ମଣ୍ଡଳ ରେଳ ପ୍ରବନ୍ଧକ ରିମକେଶ ରାୟଙ୍କୁ ପ୍ରଦାନ କରାଯାଇଥିଲା ।  ଦାବୀ ଗୁଡିକ ମଧ୍ୟରେ ମୁଖ୍ୟତଃ ଠିକା ପ୍ରଥା ଉଚ୍ଛେଦ, କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି, ଶ୍ରମକାର୍ଡ ବାତିଲ, ସର୍ବନିମ୍ନ ମଜୁରୀ, ସାମାଜିକ ସୁରକ୍ଷା, ଠିକାଦାରଙ୍କ ଶୋଷଣରୁ ମୁକ୍ତି ଏବଂ ମୌଳିକ ସୁବିଧାମାନ ପ୍ରଦାନ କରିବା ଇତ୍ୟାଦି ଦାବି ଉପସ୍ଥାପନ କରାଯାଇଛି । ଉକ୍ତ ଧାରଣାରେ ପୂର୍ବତଟ ରେଳବାଇ ଠିକା କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଏବଂ ବରିଷ୍ଠ ଶ୍ରମିକ ନେତା ଲକ୍ଷ୍ମଣ ରାଓ, ଏ. କେ. ଚୌଧୁରୀ, ପୁରୀ ସଭାପତି ଶ୍ରୀକାନ୍ତ ପରିଡା, ଦେବାଶିଷ ସାମଲ (ଆବାହକ) ଖୋର୍ଦ୍ଧା, ପବିତ୍ର ମୋହନ ଦଳାଇ (ସାମାଜିଜ କର୍ମୀ, ବାମପନ୍ଥୀ ନେତା ଭୀମସେନ ସ୍ୱାଇଁ,, ସାରଙ୍ଗଧର ଦଳ ବେହେରା, ଶ୍ରମିକ ନେତା ନିରଞ୍ଜନ ବେହେରା, ପ୍ରକାଶ ଚନ୍ଦ୍ର ନାୟକ, କୃଷ୍ଣ ଚନ୍ଦ୍ର ବିଶ୍ୱାଳ, ପ୍ରଭାକର ଜେନା, ପ୍ରମ୍ମୁଖ ଉପସ୍ଥିତ ଠିକା ଶ୍ରମିକ ମାନଙ୍କର ବିଭିନ୍ନ ଦାବି ଏବଂ ସରକାରଙ୍କ ଆଭିମୁଖ୍ୟ ବିରୁଦ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ 
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୮/୭/୨୦୨୨---୯,୨୦ Sakhigopal News,28/7/2022

Blog Archive

Popular Posts