>>
  • ଭାଗବତରେ ସମାଜ ଶିକ୍ଷା : ଆଲୋଚନା ଚକ୍ର ଅନୁଷ୍ଠିତ
  • >>
  • ମାଫିଆଙ୍କ ଲୋଲୁପ ଦୃଷ୍ଟିରୁ ବର୍ତ୍ତୀ ପାରୁନାହିଁ ସରକାରି ଜମି ; ସାମାଜିକ ଅନୁଷ୍ଠାନର ଜମି ଜବରଦଖଲ ଅଭିଯୋଗ
  • >>
  • ବାଳିକା ସଚେତନତା ଶିବିର ଅନୁଷ୍ଠିତ
  • >>
  • ଜଟଣୀରେ ଜଳ ଯୋଗାଣ ବିପର୍ଯ୍ୟସ୍ଥ ; ବର୍ଷା ଦିନେ ଆସୁଛି ଗୋଳିଆ ପାଣି
  • >>
  • ୭୯ ତମ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ
  • >>
  • ସାକ୍ଷୀଗୋପାଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ, ୨୫୩ ପ୍ରକଳ୍ପ ରୁ ୫୪ଟି ପ୍ରକଳ୍ପ ସଙ୍କୁଳସ୍ତରକୁ ମନୋନୀତ
  • >>
  • ଇଣ୍ଡିଆ ବୁକ୍ସ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଲେ ୨୦ ମାସର ଶିଶୁକନ୍ୟା 'ଶ୍ରେୟାଶିଂ'
  • >>
  • ଆସାମୀକୁ ଗିରଫ କରିବା ଦାବିରେ ; ଗଡିଶାଗୋଦା ଥାନା ସମ୍ମୁଖରେ ମହିଳା ମାନେ ଧାରଣା ଦେଲେ
  • >>
  • ମନ୍ଦିରର ତାଲା ଭାଙ୍ଗି ଦୁବୁର୍ତ୍ତ ଠାକୁରାଣିଙ୍କ ଆଖି ତାଡିନେବା ସହିତ ସମସ୍ତ ଆସବାସପତ୍ର ଲୁଟିନେଲେ
  • >>
  • ଶିକ୍ଷକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ
  • >>
  • ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଚଢ଼ଉ, ୧୯ ଗିରଫ
  • >>
  • ମାତିଲେଣି ଆତ୍ମ ଘୋଷିତ ସାମ୍ବାଦିକ , ମିଛ ଖବର ଛାପି ନିରୀହ ବ୍ୟକ୍ତିଙ୍କୁ କରୁଛନ୍ତି ବିଭ୍ରାଟ
  • >>
  • ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳରେ ଏଟିଭିଏମ ବ୍ୟବହାରରେ ପ୍ରଭାବଶାଳୀ ବୃଦ୍ଧି
  • >>
  • ଦଲାଲଙ୍କ କବଜାରେ "ତହସିଲ'କାର୍ଯ୍ୟାଳୟ; ତହସିଲ କାର୍ଯ୍ୟାଳୟରର ଲୁଚି ରହୁ ନାହିଁ ଗୋପନୀୟ ତଥ୍ୟ
  • >>
  • ସାକ୍ଷୀଗୋପାଳ - ଅଳଗୁମ ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ସର୍ଭେ କାମ ଶେଷ
  • ସତ୍ୟବାଦୀରେ ବିଶ୍ୱ ପ୍ରାଣୀ ଚିକିତ୍ସା ସପ୍ତାହ ପାଳନ ଅବସରରେ ସଚେତନତା ଶିବିର


     Awareness camp on the occasion of World Veterinary Week in Satyavadi.


    ସାକ୍ଷୀଗୋପାଳ----ସତ୍ୟବାଦୀ ବ୍ଳକର  ବୀରରାମଚନ୍ଦ୍ରପୁର ଅନ୍ତର୍ଗତ କବିରାଜପୁର ଗ୍ରାମର ଖଣାଖିଆ ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଏକ ବିଶ୍ୱ ପ୍ରାଣୀ ଚିକିତ୍ସା ସପ୍ତାହ ପାଳନ ଅବସରରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ଶିବିରର ଆୟୋଜକ ଥିଲେ ଜିଲ୍ଲା  ପ୍ରାଣୀ ଚିକିତ୍ସା ବିକାଶ ବିଭାଗ,ପୁରୀ ।  ଏହି ଶିବିରରେ ଜିଲ୍ଲା ସହାୟକ ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ଗଙ୍ଗାଧର ଲେଙ୍କା ସଭାପତିତ୍ୱ କରିଥିଲେ । ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ଆତ୍ମାର ସଭାପତି ରାମଚନ୍ଦ୍ର ମହାନ୍ତି, ବୀରରାମଚନ୍ଦ୍ରପୁର ସରପଞ୍ଚ ଦୀପା ବେହେରା ଯୋଗଦେଇ ଗାଈ ସମସ୍ତେ ଚାଷ କରିବା ଆବଶ୍ୟକତା ଆସିଲାଣି ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ବିଶେଷ କରି ରାଜ୍ୟ ସରକାର ଓ ପ୍ରାଣୀଚିକିତ୍ସା ବିଭାଗ ପକ୍ଷରୁ ଗାଈ ଚାଷ ପାଇଁ ସମସ୍ତ ପ୍ରକାରର ସହଯୋଗର ହାତ ବଡାଇଛି ବୋଲି ବ୍ଳକ ଅଧ୍ୟକ୍ଷ ଶ୍ରୀ ପଣ୍ଡା କହିଥିଲେ । କଣାସ ମଣ୍ଡଳର ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ବିଶ୍ୱରଞ୍ଜନ ବେହେରା ଓ ଡେଲାଙ୍ଗ ମଣ୍ଡଳ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. କେ ଦେରାଙ୍କ ସହ ପାୟ ୫୦ ଜଣ ଗୋପାଳକ ମାନେ ଯୋଗଦେଇଥିଲେ । ଏହି ଅବସରରେ ଚରଣ ବେହେରା, କରୁଣାକର ପ୍ରଧାନ, ବିଶ୍ୱନାଥ ବିଶ୍ୱାଳ, ଗୋପାଳ ଚନ୍ଦ୍ର ରାଉତ, ଦୁର୍ଗା ଚରଣ ପ୍ରଧାନ, ଯୋଗେନ୍ଦ୍ର ପ୍ରଧାନ ଚାଷୀ ମାନଙ୍କୁ ସିଲ ଓ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସତ୍ୟବାଦୀ  ମଣ୍ଡଳ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ଜ୍ଞାନରଞ୍ଜନ ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ସତ୍ୟବାଦୀ ମଣ୍ଡଳ  ପ୍ରାଣୀ ଚିକିତ୍ସା ସହାୟକ ଡ. ମୌସୁମି ମହାପାତ୍ର ଓ ବିଶ୍ୱଜିତି ଶତପଥୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

    ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୯/୪/୨୦୨୨---୭,୫୦   Sakhigopal News, 29/4/2022

    Blog Archive

    Popular Posts