ବାପାକୁ ମାଡମାରି ପୁଅ ଗିରଫ
Father beaten, son arrested
ଭଞ୍ଜନଗର- ବାପାକୁ ପୁଅ ମାଡମାରିବ ଘଟଣାରେ ପୁଅକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ କୋକଳବା ଗ୍ରାମର ପାଣୁ ନାୟକ । ପାଣୁ ନାୟକ ଜଣେ ସମବାୟ ସମିତିର ଡ୍ରାଇଭର ଭାବେ କାମ କରି ଆସୁଥିବା ବେଳେ କିଛି ମାସ ତଳେ ଅବସର ନେଇଥିଲେ ।ଅବସର ପରେ ସରକାରଙ୍କ ତରଫରୁ କିଛି ଅର୍ଥ ପାଣୁକୁ ମିଳିଥିଲା ।ସେହି ଅର୍ଥକୁ ନେଇ ସାନ ପୁଅ ରଞ୍ଜିତ ନାୟକ ପ୍ରତ୍ୟେକ ଦିନ ବାପା ,ମା ଓ ଭାଉଜ ଙ୍କ ସହ ଝଗଡା କରି ଆସୁଥିଲା ।ରବିବାର ଦିନ ପୁଣି ସେହି ଅର୍ଥକୁ ନେଇ ଝଗଡା କରି ବାପା ଙ୍କୁ ମାଡ ମଧ୍ୟ ମାରିଥିଲା । ବାପା ପାଣୁ ତାରସିଂ ଥାନାରେ ପୁଅ ରଞ୍ଜିତ ନାମରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ତାରସିଂ ଥାନା କେସଂନଂ ୧୧୬/୨୨ରେ ମାମଲା ରୁଜୁ କରି ଅଭିଯୁକ୍ତ ରଞ୍ଜିତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ତାରସିଂ ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶଙ୍କ ଠାରୁ ସୁଚନା ମିଳିଛି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୮/୪/୨୦୨୨----- ୧୦,୧୦ Sakhigopal News,18/4/2022